ଉପରାଷ୍ଟ୍ରପତି ଭୋଟ୍‌ ପୂର୍ବରୁ ମୋଦୀ-ନବୀନ ଭେଟ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ବିଜେଡି ସୁପ୍ରିମୋ। ଆସନ୍ତାକାଲି ନିର୍ବାଚନ ଥିବାବେଳେ ମୋଦିଙ୍କୁ ଭେଟିଲେ ନବୀନ। ଯାହାକୁ ନେଇ ବଢିଲା ଚର୍ଚ୍ଚା। କଣ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ହେବ କି ଡିଲ୍?କାରଣ ବିଜେଡି କାହାକୁ ସମର୍ଥନ ଦେବ ସେ ନେଇ ନିଷ୍ପତ୍ତି ହେଇପାରୁନି। ସେପଟେ ୯ ତାରିଖରେ ନିର୍ବାଚନ ଥିବାବେଳେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୪ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି। ତେଣୁ ଉପରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ବପୂର୍ଣ୍ଣ। ଏନଡିଏ କି ଇଣ୍ଡିଆ କାହାକୁ ସମର୍ଥନ ଦିଆଯିବ, ସେନେଇ ନବୀନ ନିରବ।

କାହାକୁ ସମର୍ଥନ ଦେବ ବିଜେଡି? ନିରବ ରହି ନିରପେକ୍ଷତାର ବାର୍ତ୍ତା ଦେବ କି? ନବୀନ ଗତମାସରେ ଅସୁସ୍ଥ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଅନେକ ଦଳର ନେତା ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ନବୀନ ଦିଲ୍ଲୀ ଆସିଲେ ଭେଟିବାକୁ ବି ଅନୁରୋଧ କରିଥିଲେ। ଏବେ ନବୀନ ଦିଲ୍ଲୀ ଯାଇଥିବାରୁ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ରାଜନୈତିକ ସମୀକ୍ଷକ। ଯଦି ବିଜେଡି ଏନ୍‌ଡିଏକୁ ସମର୍ଥନ କରୁଛି ତାହେଲେ ଭୋଟରଙ୍କ ପାଖକୁ ଭୁଲ ବାର୍ତ୍ତା ଯିବ। ଦଳୀୟ ଆଭ୍ୟନ୍ତରୀଣ କନ୍ଦଳ ବଢ଼ିବା ସମ୍ଭାବନା ମଧ୍ୟ ରହିଛି।

ଇଣ୍ଡି ପ୍ରାର୍ଥୀଙ୍କୁ ସମର୍ଥନ କଲେ କଂଗ୍ରେସର ନିକଟବର୍ତ୍ତୀ ହେଉଥିବା ଜଣାପଡ଼ିବ। ତେଣୁ ଏଭଳି କ୍ଷେତ୍ରରେ ମଙ୍ଗଳବାର ଭୋଟ୍‌ଦାନରୁ ବିରତ ରହିବା ସମ୍ଭାବନା ଅଧିକ ବୋଲି କୁହାଯାଉଛି । ତେବେ ଏ ବାବଦରେ ବିଜେଡି ସୁପ୍ରିମୋ ଚୂଡାନ୍ତ ନିଷ୍ପତ୍ତି ନେବେ। ଶାସକ ଦଳରେ ଥିବାବେଳେ ବିଜେଡି ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ବାରମ୍ବାର ନିଜର ଆଭିମୁଖ୍ୟ ବଦଳାଇଛି । କିନ୍ତୁ ବିରୋଧୀ ଆସନକୁ ଆସିବା ପରେ ୱାକଫ ବିଲକୁ ସମର୍ଥନ ଦଳରେ ଆଭ୍ୟନ୍ତରୀଣ କନ୍ଦଳକୁ ବଢ଼ାଇ ଦେଇଛି। କିନ୍ତୁ ଦିଲ୍ଲୀରେ ମୋଦିଙ୍କୁ ଭେଟିବା ଏବେ ଚର୍ଚ୍ଚା ବଢ଼ାଇଛି। ଏବେ ଦେଖିବାର କଥା ନବୀନ କି ନିଷ୍ପତ୍ତି ନେଉଛନ୍ତି।

Leave a Reply

Your email address will not be published. Required fields are marked *