କୁଏତରେ ଓଡ଼ିଆ ଶ୍ରମିକଙ୍କୁ ଭେଟିଲେ ମୋଦି, କହିଲେ ଜୟ ଜଗନ୍ନାଥ

ଦୁଇ ଦିନିଆ କୁଏତ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଆ ଶ୍ରମିକଙ୍କୁ ଭେଟିଛନ୍ତି। ମୋଦି ଗଲଫ୍ ସ୍ପିକ୍ ଲେବର କ୍ୟାମ୍ପକୁ ଯାଇ ସେଠାରେ ଥିବା ଭାରତୀୟ ଶ୍ରମିକଙ୍କ ସହ କଥା ହୋଇଥିଲେ। ଏହି ଅବସରରେ କୁଏତରେ କାମ କରୁଥିବା ଗଞ୍ଜାମ ଖଲ୍ଲିକୋଟର ଜଣେ ଶ୍ରମିକଙ୍କ ସହ କଥା ହୋଇଥିଲେ ମୋଦି।

ପ୍ରଥମଥର ପାଇଁ ଓଡ଼ିଶାରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ଓଡ଼ିଆ ଯୁବକ। ଏହାଦ୍ୱାରା ଓଡ଼ିଶା ବିଶ୍ୱ ଆଗରେ ଐତିହ୍ୟ ଓ ସଂସ୍କୃତି ଦେଖାଇବାର ସୁଯୋଗ ପାଇବ ବୋଲି ସେ କହିଥିଲେ।ଜବାବରେ ମୋଦି ଜୟ ଜଗନ୍ନାଥ କହି ଧନ୍ୟବାଦ ଜଣାଇଥିଲେ। ଏଥିସହ ପ୍ରଧାନମନ୍ତ୍ରୀ ଭାରତର ବିଭିନ୍ନ ରାଜ୍ୟରୁ ଆସି କୁଏତରେ କାମ କରୁଥିବା ଶ୍ରମିକଙ୍କ ସହ ଆଲୋଚନା କରିଥିଲେ। ତାଙ୍କ ସହ ବସି ଖାଦ୍ୟ ମଧ୍ୟ ଖାଇଥିଲେ। ଭାରତର ବିକାଶ ଦିଗରେ ସେମାନଙ୍କ ମଧ୍ୟ ଅବଦାନ ରହିଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ।

ଦୁଇ ଦିନିଆ କୁଏତ ଗସ୍ତରେ ଥବା ମୋଦି ଗତକାଲି ପ୍ରବାସୀ ଭାରତୀୟଙ୍କୁ ଭେଟିଥିଲେ। ଏହି ଅବସରରେ ହେଲୋ ମୋଦି କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଏତ ଗସ୍ତର ଦ୍ୱିତୀୟ ତଥା ଅନ୍ତିମ ଦିନ। ଆଜି ତାଙ୍କୁ କୁଏତ୍ର ବାୟନ୍ ପ୍ୟାଲେସରେ ଗାର୍ଡ ଅଫ୍ ଅନର୍ରେ ସମ୍ମାନିତ କରାଯିବ।

Leave a Reply

Your email address will not be published. Required fields are marked *