ଟାଟା ପାଓ୍ବାର ଉପରେ ବର୍ଷିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ

ଟାଟାପାଓ୍ବାର ରାଜ୍ୟର ବିଦ୍ୟୁଦ୍ ଉପଭୋକ୍ତାମାନଙ୍କ ଠାରୁ ଅତିରିକ୍ତ ସିକ୍ୟୁରିଟ୍ ଆଦାୟ ପାଇଁ ଯେଉଁ ନୋଟିସ୍ ଜାରି କରିଛି ତାହାକୁ ଶୀଘ୍ର ବାଡିଲ କରିବାକୁ “ଜନ ଜାଗରଣ’”ର ସଭାପତି ତଥା ପୂର୍ବତନ ମୁଖ୍ୟ ଶାସନସଚିବ ଶ୍ରୀ ବିଜୟ କୁମାର ପଟ୍ଟନାୟକ ଦାବୀ କରିଛନ୍ତି । ଆଜି ଭୁବନେଶ୍ଵରେ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମଳିନୀରେ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଟାଟା ପାଓ୍ବାର ବିଗତ ବର୍ଷରେ ଉପଭୋକ୍ତାମାନଙ୍କ ଠାରୁ ସଂଗ୍ରହ କରିଥିବା ଅଧ‌ିକ ୭ହଜାର କୋଟି ଟଙ୍କାକୁ ସେମାନଙ୍କୁ ଫେରସ୍ତ ଦେଉ । ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଦ୍ବାରା ନିର୍ଦ୍ଧାରିତ ଅର୍ଥଠାରୁ ଟାଟା ପାଓ୍ବାର ପ୍ରାୟ ୭ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଉପଭୋକ୍ତମାନଙ୍କ ଠାରୁ ଆଦାୟ କରିଛି ବୋଲି ଶ୍ରୀ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।

ଆଜି ଓଡ଼ିଶାରେ ବିଜୁଳି ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଜାତୀୟ ସ୍ତରରେ ବିଦ୍ୟୁତ୍ ଉପଭୋକ୍ତା ମାସିକ ହାରାହାରି ୧୧ ଘଂଟା ବିଦ୍ୟୁତ ବ୍ୟାହତ ସହୁଥିବା ବେଳେ ଓଡ଼ିଶାର ଉପଭୋକ୍ତା ମାସିକ ୨୩ଘଂଟା ସହୁଛନ୍ତି। ସେହିପରି ଜାତୀୟ ସ୍ତରରେ ମାସିକ ୧୭ଥର ବିଦ୍ୟୁତ୍ କାଟ ହେଉଥିବା ବେଳେ ଓଡ଼ିଶାରେ ମାସିକ ହାରାହାରି ୩୪ଥର ବିଦ୍ୟୁତ୍ ସରବରାହ ବନ୍ଦ ରହୁଛି । ଗ୍ରାମାଂଚଳର ଅବସ୍ଥା ଶୋଚନୀୟ । କେଉଁଠି ଲୋ ଭୋଲଟେଜ୍ ସମସ୍ୟା ତ କେଉଁଠି ବିଦ୍ୟୁତ୍ ସରବରାହ ଘଂଟା ଘଂଟା ଧରି ବନ୍ଦ ରହୁଛି । ସନ୍ଧ୍ୟାରେ ବିଜୁଳି ଋଲିଗଲେ ତା’ପର ଦିନ ପର୍ଯ୍ୟନ୍ତ ଏହା ଫେଲ୍ଗୁନାହିଁ। କୌଣସି କାରଣରୁ ଲାଇନ୍ ସ୍କୁଲିଗଲେ ବିଦ୍ୟୁତ୍ କର୍ମଗ୍‌ରୀମାନେ ପୀନ ଉଠାଉନାହାଁନ୍ତି । ଅଭିଯୋଗ କରିବା ପାଇଁ କଲ ସଂଟରକୁ ଫୋନ କଲେ ଯେଉଁସବୁ ପଦକ୍ଷେପ ନେବାକୁ କୁହାଯାଉଛି ତାହା ଗ୍ରାମାଂଚଳର ଉପଭୋକ୍ତାମାନଙ୍କ ବୋଧଗମ୍ୟ ନୁହେଁ । ବିଲିଂ ଜନିତ ସମସ୍ୟା ଅତ୍ୟନ୍ତ ଉତ୍କଟ । ଗ୍ରାମାଂଚଳରେ ମିଟର ଗୁଡିକ ଅନେକ ସମୟରେ ଅକାମୀ ରହୁଛି। ସେପରି ସୁଜେ ଉପଭୋକ୍ତାମାନଙ୍କ ଠାରୁ ଅନେକ ବର୍ଦ୍ଦିତ ମୂଲ୍ୟରେ ବିଲ୍ କଷି ଦିଆଯାଉଛି ଓ ତାହା ପୈଠ ନ କଲେ ବିଦ୍ୟୁତ୍ କାଟି ଦିଆଯାଉଛି । ଉପଭୋକ୍ତାମାନଙ୍କ ଉପରେ ପୂର୍ବ ଦେୟ ବାବଦକୁ ହଜାର ହଜାର ଟଙ୍କାର ବୋଝ ଲଦି ଦିଆଯାଉଛି । ଅନେକ ସମୟରେ ବିଲ୍ ପଇଠ କରିବା ପାଇଁ ଯଥେଷ୍ଟ ସମୟ ଦିଆଯାଇନାହିଁ । ଏପରିକି ବିଲ୍ ପଇଠ ପାଇଁ ନିର୍ଦ୍ଧାରିତ ଦିନର ମାତ୍ର ଗୋଟିଏ ଦିନ ପୂର୍ବରୁ ବିଲ୍‌ ପହଂଚିବାର ନଜିର ରହିଛି । ଉପଭୋକ୍ତା ମାନଙ୍କୁ ସ୍ମାର୍ଟ ମିଟର ଲଗାଇବାକୁ ବାଧ୍ୟ କରାଯାଉଛି । ଯଦି କେହି ବ୍ୟକ୍ତି ତାହାକୁ ବିରୋଧ କରୁଛନ୍ତି ତେବେ ବିଭିନ୍ନ ଆଳ ଦେଖାଇ ତାଙ୍କର ଲାଇନ୍ କାଟି ଦିଆଯାଉଛି । ସମୟେ ସମୟେ ଦେଖାଯାଉଛି ଯେ ବିଦ୍ୟୁତ୍ ମିଟର କମ୍ପାନୀ ଟାଟା ପାଓ୍ବାର କମ୍ପାନୀର ହେଲମେଟ୍ ପିନ୍ଧି ଉପଭୋକ୍ତାଙ୍କ ଘରେ ପହଂଚି ଯାଉଛନ୍ତି ଓ ସ୍ମାର୍ଟମିଟର ଲଗାଇବାକୁ ବାଧ୍ୟ କରୁଛନ୍ତି । ନୂଆ ଉପଭୋକ୍ତାମାନଙ୍କୁ ତାର, ଟ୍ରାନ୍ସଫର୍ମର ଆଦି ବାବଦକୁ ଖର୍ଚ୍ଚ ବହନ କରିବାକୁ ବାଧ୍ୟ କରାଯାଉଛି ଯାହାକି ନିୟମ ବିରୁଦ୍ଧ । ଅନେକ ସ୍ଥାନରେ ପୂରୁଣା ତାର ଓ ନିମ୍ନକ୍ଷମତାସମ୍ପନ୍ନ ଟ୍ରାନ୍ସଫର୍ମର ଗୁଡିକ ବଦଳା ଯାଉନାହିଁ, ଫଳରେ ବାରମ୍ବାର ବିଦ୍ୟୁତ୍ ସରବରାହ ବ୍ୟାହତ ହେଉଛି । ତେଣୁ ପ୍ରଶ୍ନ ଉଠୁଛି ଯେ ବଜେଟ୍‌ରେ ଦିଆଯାଇଥିବା ୩୦,୦୦୦ କୋଟି ଟଙ୍କା କେଉଁଠାରେ ଖର୍ଚ୍ଚ କରାଯାଇଛି ? ତାହାର ବିଧବଦ୍ଧ ଅଡିଟ୍ ହୋଇଛି କି ? ସରକାରଙ୍କର Electrical Inspector ମାନେ ବିଦ୍ୟୁତ୍ ସରବରାହ ଓ ବିତରଣରେ ବ୍ୟବହୃତ ହେଉଥିବା ତାର, ଟ୍ରାନ୍ସଫର୍ମଗୁଡିକର ସଠିକ୍‌ଭାବେ ତଦାରଖ କରୁନାହାନ୍ତି ।

May be an image of dais and text

ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ଏକ ବଳକା ରାଜ୍ୟ ହୋଇଥିବା ସତ୍ତ୍ବେ ଏଠିକାର ଉପଭୋକ୍ତାମାନଙ୍କୁ ଅନ୍ୟ ରାଜ୍ୟ ତୁଳନୀରେ କାହିଁକି ଅଧିକ ମୂଲ୍ୟରେ ବିଦ୍ୟୁତ୍ କିଣିବାକୁ ପଢୁଛି ? ତଥ୍ୟ ଅନୁଯାୟୀ ଓଡ଼ିଶାରେ ବିଦ୍ୟୁତ୍ ଦର ସର୍ବଭାରତୀୟ ଦରଠାରୁ ୟୁନିଟ୍ ପିଛା ୨୪ ପଇସା ଅଧିକ ଅଟେ । ନିମ୍ନମାନର ସେବା ଯୋଗାଇ ଉଚ୍ଚ ଦରରେ ବିଦ୍ୟୁତ୍ ବିକିବା ପାଇଁ ଟାଟା ପାୱାରକୁ କାହିଁକି ପ୍ରଶୟ ଦିଆଯାଉଛି ? ବିଭିନ ଜିଲ୍ଲାରେ ଉପଭୋକ୍ତାମାନଙ୍କର ଅଭିଯୋଗ ଶୁଣାଣି ପାଇଁ ଯେଉଁ ବ୍ୟବସ୍ଥା (GRF) ରହିଛି ତାହା ଟାଟା ପାୱାରର ଅଫିସରମାନଙ୍କୁ ନେଇ ଗଢ଼ାଯାଇଛି । ଯାହା ଫଳରେ ବିଦ୍ୟୁତ୍ ଉପଭୋକ୍ତାମାନେ ନ୍ୟାୟ ପାଇପାରୁନାହାଁନ୍ତି । ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ଅଭିଯୋଗ ଗୁଡ଼ିକର ସମୀକ୍ଷା କରିବା ପାଇଁ ବ୍ଲର୍ ଓ ଜିଲ୍ଲା ସ୍ତରରେ GRF ଗଠନ କରାଯାଉ । ବ୍ଲକ୍ ସ୍ତରୀୟ GRFରେ ସ୍ଥାନୀୟ ତହସିଲଦାର ଓ ଜିଲ୍ଲା ସ୍ତରୀୟ GRFରେ ଜିଲ୍ଲାପାଳ ଅଧ୍ଯକ୍ଷତା କରନ୍ତୁ । ସେହିଭଳି ଭାବରେ ସହରାଂଚଳ GRFରେ ଜିଲ୍ଲାପାଳ ବା ଉପଜିଲ୍ଲାପାଳ ଅଧ୍ଯକ୍ଷତା କରନ୍ତୁ। ଯଦି ଅଭିଯୋଗ ଗୁଡ଼ିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପଇସଲା ନ ହୁଏ ତେବେ ଟାଟାପାଓ୍ବାରକୁ ଦଣ୍ଡିତ କରାଯାଉ ।

ଟାଟା ପାୱାର କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ଥିବା ସମସ୍ତ ପାଉଣାକୁ ସରଜାର ମାଫ୍ କରନ୍ତୁ। ଜଳସେଚନ ପାଇଁ ଋଷୀମାନଙ୍କର ଥିବା ପମ୍ପସେଟ୍‌ରେ ବିଦ୍ୟୁତ୍ ସଂଯୋଗ କରିବା ନିମନ୍ତେ ଖୁଟ, ତାର, ଟ୍ରାନ୍ସଫର୍ମର ଆଦି ମାଗଣାରେ ଯୋଗାଇ ଦିଆଯାଇ ବୋଲି ସେ ଦାବୀ କରିଛନ୍ତି । ଘରୋଇ ଉପଭୋକ୍ତାମାନଙ୍କ ଘରକୁ ବିନାମୂଲ୍ୟରେ ଦିଦ୍ୟୁତ ସଂଯୋଗ କରାଯାଉ । ଯୁନିଟ୍ ପିଛା ବିଦ୍ୟୁତ୍ ଦର ସର୍ବଭାରତୀୟ ସ୍ତର ଠାରୁ ଅଧ‌ିକ ନ ହେଉ । ଉପଭୋକ୍ତମାନଙ୍କର ଅଧିକାର ସମ୍ବଳିତ ଏକ ଋର୍ଟର ଘୋଷଣା କରାଯାଉ । ନୂତନ ଜନେକ୍‌ସନ ପାଇଁ ଦରଖାସ୍ତ ମିଳିଲେ ଘରୋଇ ଓ କୃଷିକାର୍ଯ୍ୟ ପାଇଁ ଏକ ମାସ ମଧ୍ୟରେ ତାହା ଯୋଗାଇ ଦିଆଯାଉ, କ୍ଷୁଦ୍ର ବ୍ୟବସାୟୀ ଓ କ୍ଷୁଦ୍ରଶିଳ୍ପୀ ମାନଙ୍କୁ ୩ ମାସ ମଧ୍ୟରେ ବିଦ୍ୟୁତ୍ ଯୋଗାଇ ଦିଆଯାଉ ।

ପ୍ରତ୍ୟେକ ଗ୍ରାମ ପଂଚାୟତରେ ଅନ୍ତତଃ ଗୋଟିଏ ଫ୍ଲାନ୍ କଲ ଅଫିସ୍ ରହିବାର ବ୍ୟବସ୍ଥା କରିବା ସହିତ ଉପଭୋକ୍ତା ଯଦି କୌଣସି ଅଭିଯୋଗ କରନ୍ତି ତେବେ ତାହା ତୁରନ୍ତ ଦରଜ କରାଯାଇ ସେଥ‌ିପାଇଁ ବିଧାବଦ୍ଧ ରସିଦ୍ ଦେବାର ବ୍ୟବସ୍ଥା କରାଯାଉ । ଗ୍ରାହକମାନଙ୍କର ଅଧିକାରକୁ ସାବ୍ୟସ୍ତ କରିବାପାଇଁ ପ୍ରତ୍ୟେକ ଜିଲ୍ଲାରେ ଜଣେ ଅମ୍ବୁଦ୍ଧମାନ (OMBUDSMAN)ଙ୍କୁ ନିଯୁକ୍ତି ଦିଆଯାଉ ଓ ସେ ଉଭୟ ପକ୍ଷଙ୍କୁ ଶୁଣାଣି କରି ରାୟ ଦେବାର ବ୍ୟବସ୍ଥା କରିବାକୁ ସେ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *