ନବୀନଙ୍କ ସହିତ ସାକ୍ଷାତ: ରାମ-ଲକ୍ଷ୍ମଣ ତୁଳନା କଲେ ସୁର
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନବୀନ ନିବାସରେ ପହଞ୍ଚିଥିଲେ କଂଗ୍ରେସ ନେତା ସୁର ରାଉତରାୟ।
ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା ଏବଂ ସୁର ନବୀନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରିଥିଲେ। ଏହି ଅବସରରେ ସୁର ଦୁଇଟି ଫୁଲତୋଡ଼ା ନେଇ ଯାଇଥିଲେ ଏଵଂ ଗୋଟିଏ ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କୁ ଓ ଅନ୍ୟଟି ନବୀନଙ୍କୁ ଦେଇଥିଲେ।
ସାକ୍ଷାତ ସମୟରେ ସୁର ରାଉତରାୟ ଏକ ମଜାଦାର ତୁଳନା କରିଥିଲେ। ସେ କହିଥିଲେ ଯେ ପ୍ରେମ ପଟ୍ଟନାୟକ ରାମ ଭଳି, ନବୀନ ପଟ୍ଟନାୟକ ଲକ୍ଷ୍ମଣ ଭଳି, ଭି.କେ. ପାଣ୍ଡିଆନ୍ ହନୁମାନ୍ ଭଳି ଏବଂ ବବି (ପ୍ରଣବ ପ୍ରକାଶ ଦାସ) ଅଙ୍ଗଦ ଭଳି।
ଏହି କଥା ଶୁଣି ନବୀନ ପଟ୍ଟନାୟକ ହସିଥିଲେ ଏବଂ ସୁରଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିଥିଲେ। ଏହି ଘଟଣା ରାଜନୀତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
