ହରିଦ୍ୱାର ମନସା ଦେବୀ ମନ୍ଦିର ପଥରେ ଦଳାଚକଟା : ୭ ମୃତ, ଅନେକ ଆହତ
ହରିଦ୍ୱାର: ମନସା ଦେବୀ ମନ୍ଦିର ପଥଚାରୀ ପଥରେ ଦଳାଚକଟାରେ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକେ ଆହତ ହୋଇଛନ୍ତି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ମନ୍ଦିର ମାର୍ଗରୁ ୧୦୦ ମିଟର ତଳେ ସିଢ଼ିରେ ବିଜୁଳି ଆଘାତର ଗୁଜବ ଯୋଗୁଁ ଏହି ଦୁର୍ଘଟଣା ଘଟିଛି। ଜଣେ ଶ୍ରଦ୍ଧାଳୁଙ୍କ କହିବା ଅନୁସାରେ ସେହି ଜାଗାରେ ହଠାତ ଭିଡ ଜମି ଥିଲା ଆଉ ଦଳାଚକଟା ପରି ପରିସ୍ଥିତି ଆସି ଯାଇ ଥିଲା |
ଏସ୍ଏସ୍ପି ପ୍ରମେନ୍ଦ୍ର ସିଂହ ଡୋଭାଲଙ୍କ ନେତୃତ୍ୱରେ ପୋଲିସ ଓ ଏସ୍ଡିଆର୍ଏଫ୍ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୩୩ ଜଣଙ୍କୁ ଉଦ୍ଧାର କରିଛି। ଏସ୍ଏସ୍ପି ଡୋଭାଲ କହିଛନ୍ତି, “ପ୍ରାୟ ୩୫ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଏବଂ ୬ ଜଣଙ୍କର ମୃତ୍ୟୁ ହୋଇଛି ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି |
ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏକ୍ସରେ ଲେଖିଛନ୍ତି, “ହରିଦ୍ୱାର ମନସା ଦେବୀ ମନ୍ଦିର ମାର୍ଗରେ ଭିଡ଼ଜନିତ ଦୁର୍ଘଟଣାର ଦୁଃଖଦ ଖବର ମିଳିଛି। ଏସ୍ଡିଆର୍ଏଫ୍, ଉତ୍ତରାଖଣ୍ଡ ପୋଲିସ ଓ ସ୍ଥାନୀୟ ପୋଲିସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ମୁଁ ପ୍ରଶାସନ ସହ ନିରନ୍ତର ସମ୍ପର୍କରେ ଅଛି ଏବଂ ପରିସ୍ଥିତି ଉପରେ ନଜର ରଖୁଛି। ମାତା ରାଣୀଙ୍କୁ ସମସ୍ତ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରୁଛି।
