ଶୀତରୁ ରକ୍ଷା ପାଇଁ ମହାପ୍ରଭୁ ପିନ୍ଧିବେ ଶୀତ ବସ୍ତ୍ର
ଆଜି ଶ୍ରୀମନ୍ଦିରରେ ଓଡଣ ଷଷ୍ଠୀ । ଶ୍ରୀଜିଉଙ୍କ ହେବ ଘୋଡଲାଗି ବେଶ । ଗତକାଲି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ରାତ୍ର ଚନ୍ଦନ ଲାଗି ବଢ଼ିବା ପରେ ପତନୀ,ଘୋଡ଼, ଖଣ୍ଡୁଆ ଘୋଡ଼, ପାଗ, ମଦନ ମୋହନଙ୍କୁ କବର, ବିମଳା, ଶ୍ରୀଦେବୀ ଓ ଭୂଦେବୀଙ୍କ ଘୋଡ଼ ଭୋଗମଣ୍ଡପ ଘରେ ଅଧିବାସ କରାଯାଇଥିଲା ।

ଏହା ପୂର୍ବରୁ ଭୋଗମଣ୍ଡପ ଘର ଧୋପଖାଳ ହୋଇ ଚାନ୍ଦୁଆ ବନ୍ଧାଯାଇଥିଲା । ବଡ଼ସିଂହାର ଭୋଗ ସରି ଠାକୁରମାନଙ୍କ ମଇଲମ ବଢିବା ପରେ ମହାସ୍ନାନ ବଢ଼ିଥିଲା । ପରେ ଠାକୁରମାନଙ୍କୁ ଝିନ ପତନୀ ଲାଗି କରାଯାଇଥିଲା । ସର୍ବାଙ୍ଗ ଲାଗି ବଢିବା ପରେ ପଇଡ଼, ବିଢ଼ିଆ, ଘଷାମ ତୋହି ବଢି ଆଳତି କରାଯାଇଥିଲା ।
