ରେକର୍ଡ କରୁଛି ମହବତାର ନରସିଂହ

ମୁମ୍ବାଇ: ‘ସୈୟାରା’ ଝଡ଼କୁ ମାଟିରେ ମିଶାଇଲା ଆନିମେଟେଡ୍ ଫିଲ୍ମ ‘ମହାବତା‌ର ନରସିଂହ’। ଫିଲ୍ମର କୌଣସି ପ୍ରଚାର କରାଯାଇନଥିବା ବେଳେ ରିଲିଜ୍ ପରେ ଫିଲ୍ମର ପ୍ରଚାର ଲୋକେ କରିବା ଆରମ୍ଭ କରିଛନ୍ତି, ଯାହା ପାଇଁ ଦିନକୁ ଦିନ ଫିଲ୍ମର ଆୟ ଓ ଲୋକପ୍ରିୟତା ବଢ଼ୁଛି। ଫିଲ୍ମ ‘ସୈୟାରା’ ଏବଂ ‘ମହାବତାର ନରସିଂହ’ ଫିଲ୍ମ ସମ୍ପୂର୍ଣ୍ଣ ଭିନ୍ନ ଧାରାର। ଏହା ସତ୍ତ୍ବେ ବି ପ୍ରେକ୍ଷାଳୟରେ ୨ଟି ଫିଲ୍ମ ଧମାଲ କରୁଛନ୍ତି।

ଦୁଇଟି ଯାକ ଫିଲ୍ମ ଭଲ ରୋଜଗାର କରୁଛି। ‘ସୈୟାରା’ ଆଗରୁ ରିଲିଜ୍ ହୋଇ ନିଜର ଆଧିପତ୍ୟ ବିସ୍ତାର କରିଥିବା ବେଳେ ‘ମହାବତାର ନରସିଂହ’ ରିଲିଜ୍ ହୋଇଥିଲା। ତଥାପି ମଧ୍ୟ ଫିଲ୍ମଟି ନିଜର ସ୍ଥାନ ତିଆରି କରିଛି। ଫିଲ୍ମର ସଂଗ୍ରହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଫିଲ୍ମଟି ମୁକ୍ତିଲାଭ କରିବାର ସାତ ଦିନ ବିତିଗଲାଣି । ଏହି ୭ଦିନ ଭିତରେ ଫିଲ୍ମର ଆୟ ପ୍ରାୟ ୫୦କୋଟି ଟଙ୍କାରେ ପହଞ୍ଚିଛି।

ମହାବତାର ନରସିଂହ’ ଏକ ଆନିମେଟେଡ୍ ଫିଲ୍ମ ହୋଇଥିବା ବେଳେ ଫିଲ୍ମର ଶେଷ ୨୦ମିନିଟ୍ ଦର୍ଶକଙ୍କୁ ଅଧିକ ପ୍ରଭାବିତ କରୁଛି। ଏହି ଫିଲ୍ମରେ ଭଗବାନ ବିଷ୍ଣୁଙ୍କ ନରସିଂହ ଅବତାର ବିଷୟରେ ଦେଖାଯାଇଛି। ଏହା ପରେ ଭଗବାନଙ୍କ ବିଭିନ୍ନ ଅବତାରକୁ ନେଇ ଆନିମେଟେ‌ଡ୍ ଫିଲ୍ମ ନିର୍ମାଣ କରିବ ହୋ‌ମ୍ବଲେ ଫିଲ୍ମସ।

‘ମହାବତାର ନରସିଂହ’ର ନିର୍ଦ୍ଦେଶନା ଅଶ୍ୱିନ କୁମାର ଦେଇଥିବା ‌ବେଳେ ଏହାର ନିର୍ମାଣ ଦାୟିତ୍ବରେ ଅଛନ୍ତି ଶିଳ୍ପା ଧାୱନ, କୁଶଲ ଦେଶାଇ ଓ ଚୈତନ୍ୟ ଦେଶାଇ। କଲିମ ପ୍ରଡକ୍ସନ୍ସ ଅଧୀନରେ ଏହାର ନିର୍ମାଣ କରାଯାଇଛି।

 

 

Leave a Reply

Your email address will not be published. Required fields are marked *