କଲରାପତରିଆ ବାଘ ଛାଲ ଜବତ, ୭ ଅଭିଯୁକ୍ତ ଗିରଫ

ଦେବଗଡ଼: ଦେବଗଡ ବନଖଣ୍ଡରୁ କଲରାପତରିଆ ବାଘ ଛାଲ ଜବତ, ୭ ଅଭିଯୁକ୍ତ ଗିରଫ । ବାରକୋଟ ବନାଂଚଳ ଗୋଳାବନ୍ଧ ନିକଟରେ ଥିବା ରାଜସ୍ଥାନୀ ଢାବାରେ ବାଘ ଛାଲ ବିକ୍ରି ପାଇଁ ଲକ୍ଷାଧିକ ଟଙ୍କାର ଡିଲ ଚାଲିଥିବା ବେଳେ ମାଡିବସିଲା ବନବିଭାଗ । ଅଭିଯୁକ୍ତଙ୍କ ଠାରୁ ଗୋଟିଏ କଲରାପତ୍ରିଆ ବାଘ ଛାଲ ସହ ଦୁଇଟି ବାଇକ ଏବଂ ୫ଟି ମୋବାଇଲ ଜବତ ହୋଇଛି । ଗିରଫ ୭ ଅଭିଯୁକ୍ତ ହେଲେ ରାଜସ୍ଥାନ ଜୋଧପୁର ଜିଲ୍ଲାର ଅଶୋକ ବିଷ୍ନୋଇ, ଅଜୟପାଲ ବିଷ୍ନୋଇ, ଅନୁଗୁଳ ସାନବାଗଦର୍ହି ଗାଁର ବିରବର ନାହାକ, ଦେବଗଡ ରଜାମୁଣ୍ଡା ଗାଁର ମାନସିଂ ବରି, ଝରବାହାଳ ଗାଁର ରମେଶ ଚନ୍ଦ୍ର ନାଏକ, ଗୁରୁସଙ୍ଗ ଗ୍ରାମର ରାଜେନ୍ଦ୍ର ରଣା ଓ ଠିଆନାଳ ଗାଁର କର୍ମୁ ନାଏକ ।

ତେବେ କଲରାପତ୍ରିଆ ବାଘକୁ କେଉଁ ଜଙ୍ଗଲରେ ହତ୍ୟା କରାଯାଇଥିଲା ଏବଂ ଏହା ପଛରେ ଆଉ କେଉଁ ମାନେ ସାମିଲ ଅଛନ୍ତି ସେନେଇ ଅଧିକ ଖୋଳତାଡ ଜାରି ରହିଛି । କଲରାପତ୍ରିଆ ବାଘ ଶିକାରୀ ଏବଂ ଛାଲ ବିକ୍ରି ଘଟଣାରେ ଆହୁରି ୧୦ ଜଣରୁ ଅଧିକ ଅଭିଯୁକ୍ତ ସାମିଲ ଥିବା ଅନୁମାନ କରାଯାଉଛି । ରାଜ୍ୟ ବାହାରକୁ ଏହି ରାକେଟର ଚେର ଲମ୍ବିଥିବା ବେଳେ ଖୁବଶିଘ୍ର ଅନ୍ୟ ଅଭିଯୁକ୍ତ ମଧ୍ୟ ଧରା ପଡିବେ ବୋଲି ବନବିଭାଗ ଠାରୁ ଜଣାପଡିଛି । ତଦନ୍ତ ଜାରି ରହିଥିବାରୁ ଅଧିକ ସୂଚନା ଦେବା ପାଇଁ ବନବିଭାଗ ମନା କରିଛି । ପ୍ରାୟ ୬ ମାସ ପୂର୍ବରୁ କଲରାପତ୍ରିଆ ବାଘକୁ ହତ୍ୟା କରି ଛାଲ ବିକ୍ରି ପାଇଁ ଉଦ୍ୟମ କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *