ମୁଁ ଆପଣଙ୍କ କ୍ୟାବିନେଟରେ ସୁନା: ମୁଖ୍ୟମନ୍ତ୍ରୀଙ୍କୁ କହିଲେ ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଏକ ମଜାଳିଆ ଓ ଚର୍ଚ୍ଚିତ ବୟାନ ରାଜ୍ୟ ରାଜନୀତିରେ ହଲଚଲ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଦେଶ୍ୟ କରି ସେ କହିଛନ୍ତି, “ଆମ ରାଜ୍ୟରେ ଚାରୋଟି ଜିଲ୍ଲାରେ ସୁନା ଅଛି ଏବଂ ଆପଣଙ୍କ କ୍ୟାବିନେଟରେ ଗୋଟେ ସୁନା ମୁଁ ଅଛି।” ଏହି ବୟାନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଏକ ସାଧାରଣ ସଭାରେ ଦେଇଥିବା ବକ୍ତବ୍ୟରେ କେଭି ସିଂ ଦେଓ କହିଛନ୍ତି, “ଏ ସରକାର ଲୋକଙ୍କ ସରକାର। ଆମ ଭିତରେ କୌଣସି ଭେଦଭାବ ନାହିଁ, ଟିକେ ଫରକ ରହିଛି। ମୁଖ୍ୟମନ୍ତ୍ରୀଙ୍କ ସହିତ ଯେତେବେଳେ ଠିଆ ହୁଏ, ସେ ଗେଡା ଆଉ ମୁଁ ଡେଙ୍ଗା। ମୁଁ ଯେତେବେଳେ ତାଙ୍କ ସହିତ କଥା ହୁଏ, ଆଖି ତଳକୁ କରି କଥା ହୁଏ, ସେ ଆଖି ଉପରକୁ କରି କଥା ହୁଅନ୍ତି। ସେ ଆହୁରି କହିଛନ୍ତି, “ଜମିକୁ ଏବଂ ମାଟିକୁ ଅନାଇ ଚାଲିବା ଦରକାର। ଆମ ରାଜ୍ୟ ଖଣିଜ ସମ୍ପଦରେ ଭରପୁର। ଚାରୋଟି ଜିଲ୍ଲାରେ ସୁନା ରହିଛି ଏବଂ ମୁଁ ଆପଣଙ୍କ କ୍ୟାବିନେଟରେ ସୁନା ଭାବେ ଅଛି।” ଏହି ମଜାଳିଆ ଢଙ୍ଗରେ ଦିଆଯାଇଥିବା ବୟାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଉପ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ଆରମ୍ଭ ହୋଇଛି। କେହି ଏହାକୁ ହାସ୍ୟରସାତ୍ମକ ବୟାନ ଭାବେ ଦେଖୁଥିବା ବେଳେ ଅନ୍ୟ କେହି ଏହାକୁ ସରକାର ଓ ଦଳ ଭିତରେ ଏକତାର ସଙ୍କେତ ଭାବେ ବିଶ୍ଲେଷଣ କରୁଛନ୍ତି। ଏହି ବୟାନ ଆଗାମୀ ଦିନରେ ରାଜନୈତିକ ପରିସ୍ଥିତିକୁ କିପରି ପ୍ରଭାବିତ କରିବ, ତାହା ଦେଖିବାକୁ ବାକି ରହିଛି।

Leave a Reply

Your email address will not be published. Required fields are marked *