କିଆ ଲଞ୍ଚ କଲା ନୂଆ ମଡେଲ କ୍ୟାରେନ୍ସ କ୍ଲାଭିସ ଇଭି
ନୂଆଦିଲ୍ଲୀ: ଭାରତରେ ଇଲେକ୍ଟ୍ରିକ୍ କାରର ଚାହିଦା ଦ୍ରୁତଗତିରେ ବୃଦ୍ଧି ପାଉଛି। ଏବେ କିଆ ଏହାର ନୂତନ କ୍ୟାରେନ୍ସ କ୍ଲାଭିସ ଇଭି ଲଞ୍ଚ କରିସାରିଛି । ଆଉ ବିଶ୍ୱାସ କରାଯାଉଛି ଯେ ଏହା ମାରୁତି ଏର୍ଟିଗାକୁ କଡା ଟକ୍କର ଦେବାପାଇଁ ସକ୍ଷମ ହୋଇ ପାରିବ |
କିଆ ଗତ ତାହାର ନୂଆ ମଡେଲ ଭାବେ କ୍ୟାରେନ୍ସ କ୍ଲାଭିସ ଇଭି ଲଞ୍ଚ କରିଛି । ଏହା ମାରୁତି ଏର୍ଟିଗାକୁ କଡ଼ା ଟକ୍କର ଦେଇପାରେ ବୋଲି ଆଶଙ୍କା ରହିଛି । ଏହି ନୂତନ ମଡେଲର ଡିଜାଇନ ପେଟ୍ରୋଲ ଭାରିଆଣ୍ଟଠାରୁ ଭିନ୍ନ ଓ ଆକର୍ଷଣୀୟ, ଏହା ଏକ ପ୍ରିମିୟମ୍ ଏମ୍ପିଭି ଭାବେ ଆସିଛି |
ଏଥିରେ ଡିଆରଏଲ ସହିତ ନୂତନ ଏଲଇଡ଼ି ହେଡଲାଇଟ୍ ଏବଂ ୭ ଜଣଙ୍କ ପାଇଁ ଆସନ ବ୍ୟବସ୍ଥା ରହିଛି, ଯେଉଁଥିରେ ଦ୍ୱିତୀୟ ଧାଡ଼ିରେ ୩ ଜଣ ଓ ତୃତୀୟ ଧାଡ଼ିରେ ୨ ଜଣ ବସିପାରିବେ।କ୍ୟାରେନ୍ସ କ୍ଲାଭିସ ଇଭିରେ ୫୧.୪ କିଲୋୱାଟ ବ୍ୟାଟେରୀ ପ୍ୟାକ୍ ରହିଛି, ଯାହା ଗୋଟିଏ ଚାର୍ଜରେ ପ୍ରାୟ ୪୯୦ କିଲୋମିଟର ରେଞ୍ଜ ଦେବ। ଏହାର ମୂଲ୍ୟ ପ୍ରାୟ ୧୮ ଲକ୍ଷ ଟଙ୍କା ହୋଇପାରେ। ବର୍ତ୍ତମାନ ଭାରତରେ ଏହା ସହ ପ୍ରତିଦ୍ୱନ୍ଦ୍ୱିତା କରିପାରୁଥିବା ଅନ୍ୟ କୌଣସି ଇଲେକ୍ଟ୍ରିକ୍ ଏମ୍ପିଭି ନାହିଁ, ତେଣୁ ଏହା ମାରୁତି ଏର୍ଟିଗାର ବିକ୍ରୟକୁ ପ୍ରଭାବିତ କରିବାର ସମ୍ଭାବନା ରହିଛି |
