ମୋ ପ୍ରେମିକାକୁ ପାସ୍ କରିଦିଅ

ନୂଆଦିଲ୍ଲୀ : ପ୍ରେମିକା ମୋର ପୋଲିସ ଅଫିସର ହେବ, ଆଉ ବର୍ଦ୍ଦି ପିନ୍ଧିବ | ଖାକି ବର୍ଦ୍ଦିରେ ସୁନ୍ଦର ଦିଶିବ| କିଛି ଏଭଳି ମାନସିକ ନେଇ ରାସ୍ତା ରେ ଚାଲିଛନ୍ତି ଯୁବକ | କଥାଟି ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିଲାକି ? ନାଇଁମ ଏ କଥା ଏକଦମ ସତ | ବାସ୍ତବରେ ଶ୍ରବଣରେ ମହାଦେବ ଙ୍କ ପାଖରେ ଜଳଲାଗି ପାଇଁ ଆରମ୍ଭ ହେଲଣି କୁଡ଼ିଆ ଙ୍କ ଭିଡ | କାନ୍ଧରେ ବାହୁଙ୍ଗି ନେଇ ବାହାରିପଡ଼ିଛନ୍ତି ଶିବ ଭକ୍ତ। କିଏ କଣ ମାନସିକ ରଖି ବାବାଙ୍କ ଉପରେ ପାଣି ଢାଳିବାକୁ ବାହାରିପଡିଛନ୍ତି। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶହ ଶହ କିଲୋମିଟର ଚାଲିଚାଲି ପବିତ୍ର ଗଙ୍ଗାଜଳ ଆଣି ସ୍ଥାନୀୟ ଶିବ ମନ୍ଦିରରେ ଜଳଲାଗି କରିଥାନ୍ତି।

ଏଇ ଧାର୍ମିକ ଯାତ୍ରା ସମୟରେ ମନକୁ ଛୁଇଁ ଗଲା ପରି ଦୃଶ୍ୟ ଦେଖିବାକୁ ମିଳିଛି। ଦିଲ୍ଲୀର ରାହୁଲ କୁମାର ହରିଦ୍ଵାରରୁ ୧୨୧ଲିଟର ଗଙ୍ଗାଜଳର ଭାରା ନେଇ ୨୨୦କିଲୋମିଟର ଯାତ୍ରା କରୁଛନ୍ତି। ଏଇ ଯାତ୍ରା ତାଙ୍କର ପ୍ରେମ ପାଇଁ। ନିଜ ପ୍ରେମିକାର ସଫଳତା ପାଇଁ। ତାଙ୍କ ପ୍ରେମିକା ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି କରୁଛନ୍ତି। ତାଙ୍କର ସ୍ବପ୍ନ ସେ ଆଇପିଏସ ହେବେ। ଆଉ ପ୍ରେମିକାଙ୍କ ସ୍ବପ୍ନ ପୂରଣ ପାଇଁ ଭଗବାନ ଶିବଙ୍କ ପାଖରେ ପାଣି ଢାଳିବାକୁ ଲଗାତାର ୪ବର୍ଷ ହେଲା କାଉଡ଼ିଆ ଯାତ୍ରାରେ ବାହାରିପଡ଼ନ୍ତି ରାହୁଲ। ତାଙ୍କ କହିବା କଥା ଯେପର୍ଯ୍ୟନ୍ତ ମାନସିକ ପୂରଣ ନ ହୋଇଛି, ସେପର୍ଯ୍ୟନ୍ତ ତାଙ୍କର ଏଇ ଯାତ୍ରା ଜାରି ରହିବ। ଆପଣ ତ ଆଜିକାଲି ଅନେକ ପ୍ରେମିକଙ୍କୁ ଦେଖିଥିବେ କିନ୍ତୁ ପ୍ରେମିକା ପାଇଁ ପ୍ରେମିକର ଏହି ମାନସିକ ପ୍ରେମର ପ୍ରକୃତ ଉଦାହରଣକୁ ବୟାନ କରୁଛି |

Leave a Reply

Your email address will not be published. Required fields are marked *