ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ଶେଷ ଯାତ୍ରା

ଭୁବନେଶ୍ୱର: ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝିଙ୍କ ଶେଷ ଯାତ୍ରାରେ ରାଜ୍ୟର ବରିଷ୍ଠ ନେତାମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ବିଧାନସଭାରେ ଗାର୍ଡ୍ ଅଫ୍ ଅନର୍ ଦେବା ସହ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଏବଂ ବହୁ ବରିଷ୍ଠ ବିଧାୟକ ଓ ମନ୍ତ୍ରୀମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହାପରେ କରେନ୍ଦ୍ର ମାଝିଙ୍କ ପାର୍ଥିବ ଶରୀରକୁ ବିଜେପି କାର୍ଯ୍ୟାଳୟକୁ ନିଆଯାଇଥିଲା, ଯେଉଁଠାରେ ଶେଷ ଦର୍ଶନ ପାଇଁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ଗଣେଶ ରାମ ସିଂ ଖୁଣ୍ଟିଆ, ରବି ନାରାୟଣ ନାଏକ, ମୁକେଶ ମହାଲିଙ୍ଗ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।

କରେନ୍ଦ୍ର ମାଝିଙ୍କ ଶେଷ ଯାତ୍ରାରେ ହଜାର ହଜାର ସମର୍ଥକ ଏବଂ ଜନସାଧାରଣ ଯୋଗ ଦେଇଥିଲେ। ତାଙ୍କର ପାର୍ଥିବ ଶରୀରକୁ ତାଙ୍କ ଜନ୍ମସ୍ଥାନକୁ ନିଆଯାଇ ଶେଷକୃତ୍ୟ ସମ୍ପାଦନ କରାଯିବ ବୋଲି ସୂଚନା ମିଳିଛି। ଏହି ଘଟଣା ରାଜ୍ୟ ରାଜନୀତିରେ ଏକ ବଡ଼ ଶୂନ୍ୟତା ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *