ଗଣେଶ ଚତୁର୍ଥୀରେ ଜୀବେଦୟା ଫାଉଣ୍ଡେସନ ତରଫରୁ ସଚେତନତା କାର୍ଯ୍ୟ
ଆଦିମକାଳରୁ ଗଣେଶଙ୍କୁ ପୂଜା କରାଯାଉଥିବାରୁ ପ୍ରାରମ୍ଭିକ ଦେବତାରୂପେ ଗଣେଶଙ୍କୁ ପୂଜା କରାଯାଏ। ଯେଉଁ ଦେବତା ଙ୍କର ପୂଜା ହେଉ ନା କାହିଁକି ପ୍ରଥମେ ପୂଜା ପାଆନ୍ତି ପ୍ରଭୁ ଶ୍ରୀ ଗଣେଶ। ଗଣେଶ ଚତୁଥୀ ଅବସର ରେ ଜୀବେଦୟା ଫାଉଣ୍ଡେସନ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆଜି କଟକ ଏବଂ ଭୁବନେଶ୍ୱର ସହର ର ବିଭିନ୍ନ ରାସ୍ତା କଡରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଏକ ଛୋଟ ପିଲାଟେ (ଗୌରବ ରାଜ ସ୍ୱାଇଁ )ବାଲ ଗଣେଶ ଙ୍କର ରୂପଧରି, ହାତରେ ପ୍ଲା କାର୍ଡ ଧରି ବୁଲି ବୁଲି ଲୋକଙ୍କୁ ସଚେତନତା ବାର୍ତ୍ତା ବାଂଟୁଛି। କେଉଁଠି ଗୋମାତା ଙ୍କୁ ଖାଇବାକୁ ଦେଉଛନ୍ତି, ତ ଅନ୍ୟ କେଉଁଠି କୁକୁରକୁ ସ୍ନେହ ପ୍ରଦାନ କରୁଛନ୍ତି, ଏବଂ ପୁଣି କେଉଁଠି ବୃକ୍ଷରୋପଣ ମଧ୍ୟ କରୁଛନ୍ତି। ଯେପରି ସତରେ କି ଶ୍ରୀ ଗଣେଶଜୀ ପ୍ରଭୁ ସ୍ୱୟଂ ନିଜେ ଧରା ପୃଷ୍ଠ ରେ ଅବତରଣ କରି ଲୋକ ମାନଙ୍କୁ ଏକ ସୁସ୍ଥ ଏବଂ ସୁନ୍ଦର ପୃଥିବୀ ନିର୍ମାଣ କରନ୍ତୁ ବୋଲି ବାର୍ତ୍ତା ବାଣ୍ଟୁଛନ୍ତି। ଅନେକ ସ୍ଥାନରେ ଗଣେଶ ବେଶଧାରୀ ବାଳକ ଲୋକ ମାନଙ୍କୁ ପ୍ଲାଷ୍ଟିକ ଯୋଗୁଁ ଗୋରୁ ଗାଈ କିପରି ଭାବରେ ରୋଗଗ୍ରସ୍ଥ ହେଉଛନ୍ତି ଏବଂ ପରିବେଶ ମଧ୍ୟ ଦୂଷିତ ହେଉଛି ସେହି ବିଷୟରେ ସଚେତନ କରେଇଛନ୍ତି।
ଛୋଟ ବାଲ ଗଣେଶଜୀ ସମସ୍ତିଙ୍କୁ ଅନୁରୋଧ କରିବାକୁ ଯାଇ ବୁଝାଇଛନ୍ତି ଯେ ସମସ୍ତ ଜୀବ ଙ୍କ ଶରୀର ରେ ଈଶ୍ୱର ବିଦ୍ୟମାନ, ତେଣୁ ଯଦି ଲୋକମାନେ ସମସ୍ତ ଜୀବ ଙ୍କୁ ଭଲପାଇବା ସହିତ ସେମାନଂକୁ ସୁରକ୍ଷା ଦେବେ ତେବେ ସତରେ ସମସ୍ତେ ପ୍ରଭୁ ଙ୍କ କୃପା ଓ ଆଶୀର୍ବାଦ ପାଇପାରିବେ। ଜୀବେଦୟା ଫାଉଣ୍ଡେସନର ଟ୍ରଷ୍ଟି ଦେବକୀ ବେହେରା ଦାଶଙ୍କର ତତ୍ୱାବଧାନ ରେ ଅନ୍ୟ ସଦସ୍ୟ ଏବଂ ସଦସ୍ୟା ଯଥା ଶ୍ରୀ ବେହେରା, ନତାଶା ରୟ, କମଲ କୁମାର ବେହେରା, ସତ୍ୟଜିତ ମୁଦୁଲି, ସନ୍ତୋଷ ପରିଡା, ସୋନିକା ପଣ୍ଡା, ପୁନମ ସିଂ, ସୁଶ୍ରୀ ସଂଗୀତା ରାଉତ ପ୍ରଭୁତି ଙ୍କ ସହାୟତାରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଯାଇଛି।
