ହତ୍ୟାକାରୀ ବାପାକୁ ଧରାଇଦେଲା କୁନି ଝିଅର ଚିତ୍ର । ମାଆକୁ କେମିତି ବାପା କରିଥିଲା ହତ୍ୟା, ପୋଲି ଆଗରେ କହିଲା ପୂରା କାହାଣୀ

ସିନେମାରେ ଦେଖିଥିବେ ମାଆକୁ ହତ୍ୟାକରି ବାପା ଖସିଯାଇଥିବା ବେଳେ କୁନି ପୁଅ କି କୁନି ଝିଅ ହତ୍ୟାକାରୀ ବାପାର ପୋଲ୍ ଖୋଲି ଦେବ । ଆଉ ହତ୍ୟାକାରୀ ବାପା ପୋଲିସ ହାତରେ ଧରାପଡିବ । ଏହିଭଳି ଅନେକ ଘଟଣା ସିନେମାରେ ଦେଖିବାକୁ ମିଳିଥିବ । କିନ୍ତୁ ବାସ୍ତବରେ ଠିକ୍ ଏହିଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି ।

ଉତରପ୍ରଦେଶ ଝାନସୀରୁ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଆପଣଙ୍କ ମନକୁ ଯେତିକି ଆନ୍ଦୋଳିତ କରିବ ସେତିକି ଦୁଃଖୀତ ମଧ୍ୟ କରିବ । ନିଷ୍ପାପ ଝିଅ, ଯିଏ ଠିକ ସେ କଥା କହିବି ଜାଣିନି ସେ କିନ୍ତୁ ବଖାଣିଛି ମା’ର ହତ୍ୟା କାହାଣୀ । ସବୁଠୁ ବଡ କଥା ହେଉଛି ଝିଅଟି ଚିତ୍ର ଆଙ୍କି ଗୋଟି ଗୋଟି କରି ସମସ୍ତ ଘଟଣା ପୁଲିସ ଆଗରେ କହିଛି । ବାପା, ଜେଜେମା, ବାପା ଓ ସର୍ମ୍ପକୀୟମାନେ କିଭଳି ମାକୁ ଅତ୍ୟାଚାର କରୁଥିଲେ । ମାନସିକ ଓ ଶାରିରୀକ ନିଯ୍ୟାତନା ଦେଉଥିଲେ ସବୁ କିଛି ଟିକିନିକି କରି କହିଛି କୁନି ଝିଅ ।

ଘଟଣାଟି ଥିଲା କିଛି ଏହିପରି, ଜଣେ ମହିଳାଙ୍କୁ ତାଙ୍କ ପରିବାର ଲୋକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିବା ପରେ ପୁଲିସ ଯେତେବେଳେ ତଦନ୍ତ କରିଥିଲା ସେତେବେଳେ ଆଶ୍ଚର୍ଯ୍ୟ କରିଥିଲା କୁନି ଝିଅର କଥା । ପେପର ଓ ପେନରେ ଚିତ୍ର ଆଙ୍କି ଗୋଟି ଗୋଟି କଥା କହିଥିଲା । ବାପା, ମାକୁ କିଭଳି ମାଡ ମାରନ୍ତି, ହତ୍ୟାଦିନ କେମିତି ରଡରେ ପିଟିଥିଲେ ,ବେହୋସ ହେବା ପରେ ରସିରେ ଝୁଲାଇଥିଲେଟ୍ଟ ସେହି ସବୁ କଥା ପୁଲିସ ଆଗରେ କହିଛି ନିଷ୍ପାପ ଝିଅ । ୫ବର୍ଷର ଝିଅର ବୟାନ ଶୁଣି କେବଳ ଗ୍ରାମବାସୀ, ସର୍ମ୍ପକୀୟ ନୁହେଁ ପୁଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା ।

ମୃତ ମହିଳା ସୋନାଲୀଙ୍କ ବାପା ସଞ୍ଜୀବ ତ୍ରିପାଠି ପୋଲିସକୁ କହିଛନ୍ତି, ଯେ ସେ ତାଙ୍କ ଝିଅକୁ ୨୦୧୯ ମସିହାରେ ଝାନସୀର ଶିବ ପରିବାର କଲୋନୀର ସନ୍ଦୀପ ଗୋଡୌଲିଆଙ୍କ ସହ ବିବାହ କରିଥିଲେ। ସନ୍ଦୀପ ଜଣେ ମେଡିକାଲ ରିପ୍ରେଞ୍ଜେଟେଟିଭ। ବିବାହ ପରେ, ଜ୍ୱାଇଁ ଏବଂ ତାଙ୍କ ପରିବାର ଝିଅକୁ ହଇରାଣ କରିବା ଆରମ୍ଭ କରିଦେଲେ । ବିବାହ ୧୪ ଫେବୃଆରୀରେ ହୋଇଥିଲା । ସୋମବାର ସକାଳେ ଝିଅର ଶ୍ୱଶୁର ଘର ଲୋକଙ୍କ ପାଖରୁ ଫୋନ ଆସିଲା ଯେ ସୋନାଲି ଅସୁସ୍ଥ ଅଛନ୍ତି । ତା’ପରେ ଏକ ଫୋନ ଆସିଲା ଯେ ସେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି । ସେମାନେ ମେଡିକାଲ କଲେଜରେ ପହଞ୍ଚିଲେ । ସେଠାରେ ନାତୁଣୀ ଦର୍ଶିକା କହିଥିଲେ ଯେ ବାପା ମାଆଙ୍କୁ ମାରିଥିଲେ ଏବଂ ପରେ ଗଳାଚିପି ହତ୍ୟା କରିଥିଲେ ।

Leave a Reply

Your email address will not be published. Required fields are marked *