ଜମ୍ମୁ-କଶ୍ମୀରରେ ତାଣ୍ଡବ ରଚିଲା ବାଦଲଫଟା ବର୍ଷା, ୩୩ ଜଣଙ୍କର ମୃତ୍ୟୁର ଆଶଙ୍କା

କିସ୍ତୱାଡ: ଜମ୍ମୁ-କଶ୍ମୀରର କିସ୍ତୱାଡ ଜିଲ୍ଲାରେ ବାଦଲଫଟା ବର୍ଷା ଏକ ଭୟଙ୍କର ତାଣ୍ଡବ ରଚିଛି, ଯାହାଫଳରେ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ଉତ୍ତରାଖଣ୍ଡର ଧରାଲୀର ବିପର୍ଯ୍ୟୟ ପରେ ଏବେ ଜମ୍ମୁ-କଶ୍ମୀରରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମାଟି ମିଶା ପାଣି ତଳେ ଶହ ଶହ ଲୋକ ଚାପି ପଡ଼ିଛନ୍ତି, ଏବଂ ଅନେକ ଲୋକ ମାଟି ତଳେ ଚାପିଯିବାର ଆଶଙ୍କା ରହିଛି।

ଏହି ବିପର୍ଯ୍ୟୟ ଘଟିଛି କିସ୍ତୱାଡ ଜିଲ୍ଲାର ପଡ୍ଦର ସବ-ଡିଭିଜନରେ। ପଡ୍ଦରର ଚିଶୋଟି ଗାଁର ମଚୈଲ ମାତା ମନ୍ଦିର ନିକଟରେ ବାଦଲଫଟା ବର୍ଷା ପାଇଁ ବନ୍ୟା ଆସିବାରୁ ପାଇଁ ସେଠାରେ ଏକତ୍ରିତ ହୋଇଥିବା ଅନେକ ଶ୍ରଦ୍ଧାଳୁ ଭାସିଯାଇଛନ୍ତି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି, କିନ୍ତୁ ବ୍ୟବହୃତ ରାସ୍ତା ଧୋଇଯିବାରୁ ଟିମ୍‌ଗୁଡ଼ିକ ପହଞ୍ଚିବାରେ ବିଳମ୍ବ ହେଉଛି। କିସ୍ତୱାଡ ସହ ରଜୌରୀ ଓ ମେଣ୍ଢରରେ ମଧ୍ୟ ବାଦଲଫଟା ବର୍ଷା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ତୀର୍ଥଯାତ୍ରାରେ ଆସିଥିବା ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ତମ୍ବୁ ଓ ରହଣ ବ୍ୟବସ୍ଥା କରାଯାଇଥିଲା। ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ହଠାତ୍ ପ୍ରଳୟଙ୍କାରୀ ବନ୍ୟା ମାଡ଼ିଆସିଥିଲା।। ଏହାଫଳରେ ଅନେକ ଶ୍ରଦ୍ଧାଳୁ ପାଣିସ୍ରୋତରେ ଭାସିଯିବାର ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *