ଜାମ୍ମୁ କାଶ୍ମୀରରେ ବାଦଲଫଟା ବର୍ଷା: ସୃଷ୍ଟି ହେଲା ଭୟଙ୍କର ପରିସ୍ଥିତି
ନୂଆଦିଲ୍ଲୀ: ଜମ୍ମୁକାଶ୍ମୀରର ଡୋଡା ଓ କୁଲ୍ଲୁ ଜିଲ୍ଲାରେ ପୁଣିଥରେ ବାଦଲ ଫାଟିବାର ଘଟଣା ଘଟିଛି। ଭୟାବହ ବର୍ଷାରେ ପୂରା ଗାଁ ପାଣିରେ ଭାସିଯାଇଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ପ୍ରାୟ ୧୦ଟି ଘର ସମ୍ପୂର୍ଣ୍ଣ ଭାବରେ ଭାସି ଯାଇଛି। ଗାଁରେ ପ୍ରକୃତିର କରାଳ ରୂପ ସ୍ପଷ୍ଟ ହୋଇଥିବାବେଳେ ଲୋକମାନେ ତ୍ରାହିତ୍ରାହି କରୁଛନ୍ତି।
ଡୋଡା ଅଞ୍ଚଳରେ ଭାରି ବର୍ଷା ପରେ ପହାଡ଼ରୁ ତୀବ୍ର ଗତିରେ ପାଣି ବହିଆସିଥିବାରୁ ସମ୍ପୂର୍ଣ୍ଣ ଗାଁ ପ୍ରଭାବିତ ହୋଇଛି। ପାଣିର ସ୍ରୋତ ଅତ୍ୟଧିକ ଥିବାରୁ ଘର, ଗାଡ଼ି, ଏବଂ ଖେତ ମାଟି ସବୁକୁ ଧୋଇ ନେଇଯାଇଛି। ଗ୍ରାମବାସୀମାନେ ହଠାତ୍ ଘଟଣା ଦେଖି ପଳେଇବାକୁ ବାଧ୍ୟ ହୋଇଥିଲେ। ସେହିପରି କଠୁଆ ଅଞ୍ଚଳରେ ମଧ୍ୟ ପ୍ରବଳ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ପରିବାର ଘରବାର ଛାଡ଼ି ସୁରକ୍ଷିତ ସ୍ଥାନକୁ ସରିଆସିବାକୁ ବାଧ୍ୟ ହୋଇଛନ୍ତି।
ସୁରକ୍ଷା ବଳ ଓ ଉଦ୍ଧାରକାରୀ ଦଳମାନେ ଘଟଣାସ୍ଥଳରେ ପହଞ୍ଚି ସର୍ବୋତ୍ତମ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସରାଯାଉଛି ଏବଂ ପ୍ରାୟୋଜନୀୟ ସାହାଯ୍ୟ ପହଞ୍ଚାଇବାରେ ପ୍ରଶାସନ ଲାଗିପଡ଼ିଛି।
ଡୋଡାରେ ବାଦଲ ଫାଟିବା ସହ ଭାସିଗଲା ସମ୍ପୂର୍ଣ୍ଣ ଗାଁ, ପ୍ରାୟ ୧୦ଟି ଘର ସମ୍ପୂର୍ଣ୍ଣ ନଷ୍ଟ। କଠୁଆ ଓ କୁଲ୍ଲୁରେ ମଧ୍ୟ ପ୍ରକୃତିର କରାଳ ରୂପ ଦେଖି, ଲୋକେ ତ୍ରାହି-ତ୍ରାହି କରୁଛନ୍ତି।
