ସିନ୍ଧ ନଦୀରେ ଖସିପଡିଲା ଯବାନଙ୍କୁ ନେଇ ଯାଉଥିବା ବସ
ଜାମ୍ମୁ : ଯବାନଙ୍କୁ ନେଇ ଯାଉଥିବାବେଳେ ନଦୀଗର୍ଭକୁ ଖସିପଡିଲା ବସ | ଏଭଳି ଏକ ଦୁର୍ଘଟଣା ଜମ୍ମୁ ଓ କାଶ୍ମୀରର ଗାଣ୍ଡେରବଲ ଜିଲ୍ଲାର କୁଲାନରେ ଘଟିଛି | ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବା ଏକ ବସ୍ ସିନ୍ଧ ନଦୀକୁ ଖସିପଡ଼ିଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ ଯେ ପ୍ରବଳ ବର୍ଷା ମଧ୍ୟରେ ଗାଣ୍ଡେରବଲ ଜିଲ୍ଲାର କୁଲାନରେ ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ITBP) କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ୍ ସିନ୍ଧ ନଦୀକୁ ଖସିପଡ଼ିଛି। ପ୍ରବଳ ବର୍ଷା ହେତୁ ଡ୍ରାଇଭର ଠିକ ଭାବେ ରାସ୍ତାକୁ ଦେଖିନପାରିବାରୁ ଏହି ଦୁର୍ଘଟଣା ଘଟିଥିବାର ଅନୁମାନ କରାଯାଉଛି | ସୌଭାଗ୍ୟବଶତଃ ସମସ୍ତ ଯବାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି।
ଏହି ଘଟଣା ବିଷୟରେ ବିସ୍ତୃତ ସୂଚନା ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ। ବସ୍ରେ ଥିବା ସମସ୍ତ ଯବାନଙ୍କୁ ଉଦ୍ଧାର କରାଯାଇଛି। ତଥାପି, ବସ୍ରେ କେତେଜଣ ଯବାନ ଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, “ଡ୍ରାଇଭର ଆହତ ହୋଇଛନ୍ତି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।”
