ଜୈଶ-ଏ-ମହମ୍ମଦର ଆତଙ୍କୀ ଯୋଜନା,୩୧୩ଟି ନୂଆ ଜୈଶ-ଏ-ମହମ୍ମଦର

ଇସଲାମାବାଦ: ତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମସୁଦ ଅଜହର ପାକିସ୍ତାନରେ ୩୧୩ଟି ନୂଆ ଆତଙ୍କୀ ତାଲିମ ଶିବିର ନିର୍ମାଣ ପାଇଁ ୩୯୧ ବିଲିୟନ ପାକିସ୍ତାନୀ ଟଙ୍କା ସଂଗ୍ରହ କରିବାରେ ଲାଗିଛନ୍ତି। ଏହି ଅର୍ଥ ସଂଗ୍ରହ ପାଇଁ ମସୁଦ ଓ ତାଙ୍କ ଭାଇ ତାଲହା ଅଲ ସୈଫ ପାକିସ୍ତାନୀ ଡିଜିଟାଲ ଓ୍ଵାଲେଟ ଇଜିପେସା ଓ ସଦାପେ ଜରିଆରେ ଚାନ୍ଦା ମାଗୁଛନ୍ତି। ପାକିସ୍ତାନର ଅଲ ରହମତ ଟ୍ରଷ୍ଟ ଏହି ଅର୍ଥ ସଂଗ୍ରହରେ ସହାୟତା କରୁଥିବା ଜଣାପଡ଼ିଛି।

ଭାରତର ଅପରେସନ ସିନ୍ଦୂର ମାଧ୍ୟମରେ ଜୈଶ-ଏ-ମହମ୍ମଦର ମୁଖ୍ୟାଳୟ ଏବଂ ଅନେକ ଆତଙ୍କୀ ଶିବିର ଧ୍ୱଂସ ହେବା ପରେ ଏହି ସଂଗଠନ ପୁଣି ଥରେ ନିଜକୁ ସଂଗଠିତ କରିବାକୁ ଚେଷ୍ଟା କରୁଛି। ମସୁଦ ଅଜହର ନିଜ ପରିବାର ସଦସ୍ୟଙ୍କ ନାମରେ ଡିଜିଟାଲ ଓ୍ଵାଲେଟ ଖୋଲି ଗାଜା ସହାୟତାର ନାଁରେ ଅର୍ଥ ସଂଗ୍ରହ କରୁଥିବା ଅଭିଯୋଗ ହୋଇଛି। ଏହା ସହିତ ସେ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ) କଟକଣାକୁ ଏଡ଼ାଇବା ପାଇଁ ଡିଜିଟାଲ ପେମେଣ୍ଟ ପ୍ଲାଟଫର୍ମଗୁଡ଼ିକୁ ବ୍ୟବହାର କରୁଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ମଧ୍ୟ ଅଜହର ନିଜର ବାର୍ତ୍ତା ପ୍ରଚାର କରି ଅର୍ଥ ଖୋଜୁଛି ଆଝାର

ଜୈଶ-ଏ-ମହମ୍ମଦ ପୂର୍ବରୁ ୧୯୯୯ରେ ଭାରତୀୟ ବିମାନ ଅପହରଣ, ୨୦୦୧ରେ ଭାରତୀୟ ସଂସଦ ଉପରେ ଆକ୍ରମଣ ଏବଂ ୨୦୧୬ରେ ପଠାନକୋଟ ସେନା ଶିବିର ଉପରେ ଆକ୍ରମଣ ଭଳି ବଡ଼ ଆତଙ୍କୀ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ରହିଛି। ଏହି ନୂଆ ଯୋଜନା ସହିତ ସଂଗଠନ ଆଗାମୀ ଦିନରେ ଆତଙ୍କୀ କାର୍ଯ୍ୟକଳାପକୁ ଆହୁରି ବଢ଼ାଇବାକୁ ଚେଷ୍ଟା କରୁଥିବା ଆଶଙ୍କା କରାଯାଉଛି।

ଭାରତୀୟ ଗୁଇନ୍ଦା ସଂସ୍ଥା ଏବଂ ସୁରକ୍ଷା ବାହିନୀ ଏହି ଘଟଣା ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହା ଗମ୍ଭୀର ଚିନ୍ତାର ବିଷୟ ହୋଇଛି। ଆଗାମୀ ଦିନରେ ଏହି ଆତଙ୍କୀ ଯୋଜନାର ମୁକାବିଲା ପାଇଁ କଡ଼ା ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।

 

Leave a Reply

Your email address will not be published. Required fields are marked *