ରାଜନୈତିକ ମହଲରେ ଆରମ୍ଭ ହେଉଛି କି ନୂଆ ସମୀକରଣ ?

ବିଜେପି ବିଧାୟକ ଜୟନାରାୟଣ ମିଶ୍ର କିଛିଦିନ ଭିତରେ ରାଜ୍ୟସଭାରେ ବିଜେଡି ଶୁନ ହୋଇଯିବ ବୋଲି ଦଳକୁ ଟାର୍ଗେଟ କରି କହିଛନ୍ତି । ସେ କହିଛନ୍ତି ଖୁବଶୀଘ୍ର ୨ ଜଣ ବିଜେଡି ରାଜ୍ୟସଭା ସାଂସଦ ବିଜେପିରେ ମିଶିବାକୁ ଯାଉଛନ୍ତି । ଜଣେ ବରିଷ୍ଠ, ଆଉ ଜଣେ ଯୁବ ନେତା । ସେମାନେ ଦେଖୁଛନ୍ତି ବିଜେଡ଼ିରେ ଆଉ କୌଣସି ଭବିଷ୍ୟତ ନାହିଁ ।

ସେଥିପାଇଁ ତାଙ୍କର ପାଖରେ ଆଉ କୌଣସି ବିକଳ୍ପ ନାହିଁ । କିଛିଦିନ ଭିତରେ ରାଜ୍ୟସଭାରେ ବିଜେଡିର ସତ୍ତା ରହିବ ନାହିଁ । ଏହି ମନ୍ତବ୍ୟ ପରେ ରାଜନୀତିରେ ଏହା ଚର୍ଚ୍ଚାର ବିଷୟ ପଲଟିଯାଇଛି। ପ୍ରଥମେ ରାଜ୍ୟସଭାରେ ବିଜେଡି ନେତା ମମତା ତାପରେ ସୁଜିତ ଆଉ ୟା ପରେ କିଏ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବାରେ ଲାଗିଛି ।ଜୟନାରାୟଣ ମିଶ୍ର ଆଉ ମଧ୍ୟ କହିଛନ୍ତି ବିଜେପି ଯେଉଁଦିନ ହୁଇସିଲ୍ ଫୁଙ୍କିବ ସେଦିନ ବିଜେଡ଼ି ଗୁଣ୍ଡ ଗୁଣ୍ଡ ହୋଇଯିବ । ଯେଉଁ ଦିନ ବିଜେପି ଚାହିଁବ ବିଜେଡ଼ିକୁ ଖଣ୍ଡ ଖଣ୍ଡ କରିଦେବ । ଗୋଟିଏ ଲୋକ ରହିବେନି, କେବଳ ନବୀନ ପଟ୍ଟନାୟକ ଏବଂ ପାଣ୍ଡିୟାନ ରହିଯିବେ । କିନ୍ତୁ ବିଜେପି ଚାହୁଁନି ବିଜେଡି ଭାଙ୍ଗିଯାଉ । ଦଳଟା ଥାଉ, ଶତ୍ରୁ ବଞ୍ଚିରୁହନ୍ତୁ ଆଉ ଅପମାନିତ ହୁଅନ୍ତୁ। ଆମର ଲକ୍ଷ୍ୟ ନୁହେଁ ବିଜେଡିକୁ ଶୂନ କରିବା । ଯଦି ସମସ୍ତେ ଆସିବାକୁ ଚାହିଁବେ, ତେବେ ସ୍ୱାଗତ ।

Leave a Reply

Your email address will not be published. Required fields are marked *