ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର: ୧୯୯୫ ବ୍ୟାଚର ଆଇଏଏସ୍ ଅଧିକାରୀ ହେମନ୍ତ ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର। ଏହାବ୍ୟତୀତ ୧୯୯୪ ବ୍ୟାଚର ଆଇଏଏସ୍ ଅଧିକାରୀ ରଞ୍ଜନା ଚୋପ୍ରାଙ୍କୁ ଆପେକ୍ସ ଗ୍ରେଡ୍ (ପେ ମେଟ୍ରିକ୍ସର ଲେବଲ୍-୧୭)ରେ ପଦୋନ୍ନତି ମିଳିଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଜରିଆରେ ଏହି ପଦୋନ୍ନତି ଘୋଷଣା କରାଯାଇଛି। ଏଥିରେ କୁହାଯାଇଛି ଯେ ବର୍ତ୍ତମାନ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟରତ ଆଇଏଏସ୍ ହେମନ୍ତ ଶର୍ମାଙ୍କୁ ଆପେକ୍ସ ଗ୍ରେଡ୍ (ପେ ମେଟ୍ରିକ୍ସର ସ୍ତର-୧୭)କୁ ପଦୋନ୍ନତି ଦେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ତେବେ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସେ ତାଙ୍କ ବର୍ତ୍ତମାନର ଦାୟିତ୍ୱରେ ରହିବେ।
ବଡ଼ କଥା ହେଉଛି ନିକଟରେ ରାଜ୍ୟ ସରକାର ଉତ୍କର୍ଷ ଓଡ଼ିଶା ସମ୍ମିଳନୀର ଆୟୋଜନ କରିବାକୁ ଯାଉଛନ୍ତି । ଶିଳ୍ପର ବିକାଶ କିଭଳି ହେବ, ପୁଞ୍ଜିନିବେଶ ସାଙ୍ଗକୁ ରୋଜଗାର କିଭଳି ମିଳିବ ଏହି ସମ୍ମିଳନୀର ଲକ୍ଷ୍ୟ । ଆଉ ଶିଳ୍ପ ସଚିବ ଭାବେ ହେମନ୍ତ ଶର୍ମାଙ୍କର ଗୋଟିଏ ବଡ଼ ଭୂମିକା ରହିଛି ।