ଦେଶରେ ଏବେ ୯୯.୧ କୋଟି ଭୋଟର ଅଛନ୍ତି: ନିର୍ବାଚନ କମିଶନ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ (ଇସି)ଙ୍କ ତଥ୍ୟ ଅନୁଯାୟୀ, ଗତବର୍ଷ ଲୋକସଭା ନିର୍ବାଚନ ସମୟରେ ଭାରତରେ ଭୋଟରଙ୍କ ସଂଖ୍ୟା ୯୬.୮୮ କୋଟି ଥିବା ବେଳେ ଏବେ ଏହା ୯୯.୧ କୋଟି ରେ ପହଞ୍ଚିଛି।

ଜାତୀୟ ଭୋଟର ଦିବସ ପୂର୍ବରୁ ଜାରି ଏକ ବିବୃତିରେ ନିର୍ବାଚନ ଆୟୋଗ ବୁଧବାର କହିଛନ୍ତି ଯେ ଭୋଟର ତାଲିକାରେ ୧୮-୨୯ ବୟସ ବର୍ଗର ୨୧.୭ କୋଟି ମତଦାତା ରହିଛନ୍ତି ।

୧୯୫୦ ମସିହା ଜାନୁଆରୀ ୨୫ରେ ନିର୍ବାଚନ ଆୟୋଗର ପ୍ରତିଷ୍ଠା ହୋଇଥିଲା । ତେଣୁ ଏହି ଅବସରରେ ପ୍ରତିବର୍ଷ ଜାନୁଆରୀ ୨୫ ତାରିଖରେ ଜାତୀୟ ମତଦାତା ଦିବସ ପାଳନ କରାଯାଏ।

ଜାନୁଆରୀ ୭ରେ ଦିଲ୍ଲୀ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିବା ସମୟରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର କହିଥିଲେ ଯେ ଭାରତ ଖୁବଶୀଘ୍ର ଏକ ବିଲିୟନରୁ ଅଧିକ ଭୋଟରଙ୍କ ଏକ ନୂଆ ରେକର୍ଡ ସୃଷ୍ଟି କରିବ ।

ଜାନୁଆରୀ ୬ରେ ଭୋଟର ତାଲିକା ପ୍ରକାଶ ପାଇଥିଲା। ଆମେ ୯୯ କୋଟି ଭୋଟରଙ୍କୁ ଅତିକ୍ରମ କରୁଛୁ। ଆମେ ଖୁବ୍ ଶୀଘ୍ର ଏକ ବିଲିୟନ ଭୋଟରଙ୍କ ଦେଶ ହେବାକୁ ଯାଉଛୁ, ଯାହା ଭୋଟ୍ ଦେବାରେ ଆଉ ଏକ ରେକର୍ଡ ହେବ।

ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାର ଏବଂ ପଞ୍ଜାବ ପକ୍ଷରୁ ଆଜି ଏସ୍ଏସ୍ଆର୍ ଫଳାଫଳ ଘୋଷଣା କରାଯିବା ପରେ ଆମେ ପ୍ରଥମ ଥର ପାଇଁ ୯୯ କୋଟି ଭୋଟରଙ୍କୁ ଅତିକ୍ରମ କରିବୁ ବୋଲି ସିଇସି କହିଛନ୍ତି।

Leave a Reply

Your email address will not be published. Required fields are marked *