୩୫ରେ ୫ ୱିକେଟ୍ ପତନ, ତଥାପି ବାଂଲାଦେଶ କରିଛି ୨୨୮ ରନ୍ , ତୌହିଦଙ୍କ ଦମଦାର୍ ବ୍ୟାଟିଂ ଦଳର ସମ୍ମାନ ରଖିଦେଇଛି ।

ବାଂଲାଦେଶ ଇନିଂସ ୨୨୮ ରନରେ ସୀମିତ ରହିଥିଲା । ଭାରତ ପକ୍ଷରୁ ମହମ୍ମଦ ଶାମି ପାଞ୍ଚଟି ୱିକେଟ ନେଇଥିଲେ । ଯେତେବେଳେ ହର୍ଷିତ ରାଣା ତିନୋଟି ୱିକେଟ ନେଇଥିଲେ । ଗୋଟିଏ ପର‌୍ୟ୍ୟାୟରେ ବାଂଲାଦେଶ ମାତ୍ର ୩୫ ରନରେ ୫ ୱିକେଟ ହରାଇଥିଲା କିନ୍ତୁ ପରେ, ତୌହିଦଙ୍କ ଶତକ ଏବଂ ଜାକିର ଅଲିଙ୍କ ଅର୍ଦ୍ଧଶତକ ଦଳର ସମ୍ମାନ ରକ୍ଷା କରିଥିଲା । ତୌହିଦ ୧୦୦ ରନ ଏବଂ ଜାକିର ୬୮ ରନ କରିଥିଲେ ।

ତୌହିଦ  ୧୧୪ ବଲ୍‌ରେ ଶତକ ହାସଲ କରିଛନ୍ତି । ୧୧୪ ରନ୍ ଭିତରେ ସେ ୬ଟି ଚୌକା ଓ ୨ଟି ଛକା ମାରିଛନ୍ତି । ଦଳର କଠିନ ସମୟରେ ଦଳ ପାଇଁ ଭଲ ପ୍ରଦର୍ଶନ କରିବା ସହ ତୌହିଦ୍ ଶତକ ହାସଲ କରିଛନ୍ତି । ଗୋଟିଏ ସମୟରେ ବାଂଲାଦେଶ ମାତ୍ର ୩୫ ରନରେ ୫ ୱିକେଟ ହରାଇଥିଲା । ଏବେ ବାଂଲାଦେଶର ସ୍କୋର ୮ ୱିକେଟ୍ ବିନିମୟରେ ୨୨୮ ରନ୍ ହୋଇଛି । ତେବେ ବିଜୟ ପାଇଁ ଭାରତ ସାମ୍ନାରେ ୨୨୯ ରନର ଟାର୍ଗେଟ୍ ରହିଛି ।

Leave a Reply

Your email address will not be published. Required fields are marked *