ମହିଳାଙ୍କୁ ଉଲଗ୍ନ କରି ମାଡ ମାରିବା ପରେ ଲୁହା ରଡ୍‌ରେ ଚେଙ୍କ ଦେବା ସହ ପ୍ରାଇଭେଟ୍‌ ପାର୍ଟରେ ଲଙ୍କାଗୁଣ୍ଡ ଭର୍ତ୍ତି କଲେ ଶାଶୁଘର ଲୋକ

ଜଣେ ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ଉଲଗ୍ନ କରି ନିର୍ଧୂମ ପିଟିବା ସହ ଲୁହା ରଡ୍‌ରେ ଚେଙ୍କ ଦେବା ପରେ ମହିଳାଙ୍କ ପ୍ରାଇଭେଟ୍‌ ପାର୍ଟରେ ଲଙ୍କାଗୁଣ୍ଡ ଭର୍ତ୍ତି କରିଦେଇଛନ୍ତି। ଏଭଳି ବର୍ବର କାଣ୍ଡ ଘଟିଛି ମଧ୍ୟପ୍ରଦେଶର ରାଜଗଡ଼ରେ।

ଅଭିଯୋଗ ଅନୁଯାୟୀ, ରୋହିତ ରୁହେଲା ନାମକ ଜଣେ ଯୁବକ ମହିଳାଙ୍କ ଘରକୁ କୌଣସି ସାମଗ୍ରୀ ମାଗିବାକୁ ଆସିଥିଲେ। ଯେତେବେଳେ ପୀଡ଼ିତା ତାଙ୍କୁ ଫାଟକ ନିକଟରେ ଅପେକ୍ଷା କରିବାକୁ କହିଥିଲେ। ସେତେବେଳେ ସେ କବାଟ ବନ୍ଦ କରି ତାଙ୍କ କୋଠରିରେ ପ୍ରବେଶ କରି ତାଙ୍କୁ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ତାଙ୍କ ନଣନ୍ଦ କୋଠରି ଭିତରକୁ ପ୍ରବେଶ କରିବାରୁ ଯୁବକ ଜଣକ ପଳାଇ ଯାଇଥିଲେ।ଏହାପରେ ଉକ୍ତ ଯୁବକଙ୍କ ସହ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ଶାଶୁ, ଶ୍ୱଶୁର, ସ୍ୱାମର ଓ ନଣନ୍ଦ ମୋତେ ପ୍ରବଳ ଗାଳିଗୁଲଜ କରିଥିଲେ । ଏହାପରେ ସେମାନେ ମୋତେ ଉଲଗ୍ନ କରି ରାତି ସାରା ବିଧା, ଗୋଇଠା ମାରିବା ସହ ବାଡ଼ିରେ ବି ପିଟିଥିଲେ। ଅତ୍ୟଧିକ ମାଡ଼ ଯୋଗୁ ମୁଁ ଅଚେତ ହୋଇ ପଡ଼ିଥିଲି। ତା’ ପରଦିନ ହୋସ୍ ଫେରିବା ପରେ ସେମାନେ ପୁଣି ଥରେ ମୋତେ ପିଟାପିଟି କରିବା ଆରମ୍ଭ କରି ଦେଇଥିଲେ।ଏତିକିରେ ମନ ଶାନ୍ତି ନ ହେବାରୁ ଶାଶୁ, ଶ୍ୱଶୁର ସବୁ ସୀମା ପାର୍ କରିଗଲେ। ସେ ମୋ’ ପ୍ରାଇଭେଟ ପାର୍ଟିରେ ଲଙ୍କା ଗୁଣ୍ଡ ଭର୍ତ୍ତି କରିଦେଇଥିବା ବେଳେ ଶାଶୁ ଗରମ ଲୁହା ରଡରେ ଶରୀର ସାରା ଚେଙ୍କ ଦେଇଥିବା କୋହ ଭରା କଣ୍ଠରେ ପୁଲିସ୍ ସମ୍ମୁଖରେ କହିଛନ୍ତି ପୀଡ଼ିତା।

ଏହାପରେ ପୀଡ଼ିତା ଘର ବାହାରେ ଛଟପଟ ହେଉଥିବା ବେଳେ ଜଣେ ପଡ଼ୋଶୀ ବ୍ୟକ୍ତି ଦେଖି ତାଙ୍କ ବାପଘର ଲୋକଙ୍କୁ ସୂଚନା ଦେଇଥିଲେ। ଫଳରେ ତୁରନ୍ତ ବାପ ଘର ଲୋକେ ପହଞ୍ଚି ପୀଡ଼ିତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତିକରିଥିଲେ। ସେଠାରୁ ଫେରିବା ପରେ ପୀଡ଼ିତାଜଣକ ଥାନାରେ ଏ ନେଇ ଅଭିଯୋଗ କରିଥିବା ଜଣାଯାଇଛି। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *