2 ବର୍ଷରେ 6 ଗୁଣା ବୃଦ୍ଧି: ଜୋମାଟ ପ୍ଲାଟଫର୍ମ ଫିସ ଏବେ ₹12, ଗ୍ରାହକଙ୍କ ପକେଟ୍ ଉପରେ ଅଧିକ ଭାର

ନୂଆଦିଲ୍ଲୀ: ଅନଲାଇନ୍‌ ଖାଦ୍ୟ ଡିଲିଭେରି ପ୍ଲାଟଫର୍ମ ଜୋମଟୋ ପୁଣିଥରେ ପ୍ଲାଟଫର୍ମ ଫିସ ବୃଦ୍ଧି କରିଛି। ପୂର୍ବରୁ ପ୍ରତ୍ୟେକ ଅର୍ଡର ପାଇଁ 10 ଟଙ୍କା ଦେବାକୁ ପଡୁଥିଲା, କିନ୍ତୁ ଏବେ ସେହି ଶୁଳ୍କ 12 ଟଙ୍କା କରାଯାଇଛି। 2023 ଅଗଷ୍ଟରେ ପ୍ଲାଟଫର୍ମ ଫିସ ପ୍ରଥମେ ପରିଚୟ ହୋଇଥିଲା, ସେଥିବେଳେ ମାତ୍ର 2 ଟଙ୍କା ନିଆଯାଉଥିଲା। କିନ୍ତୁ କେବଳ 2 ବର୍ଷରେ ସେହି 2 ଟଙ୍କାରୁ 12 ଟଙ୍କାକୁ ପହଞ୍ଚିଗଲା, ଯାହା 600% ବୃଦ୍ଧି।

ଏହି ବୃଦ୍ଧି ଦେଖିବାକୁ ଛୋଟ ଲାଗିଥିଲେମଧ୍ୟ, ପ୍ରତିଶତରେ ଏହା 20% ହାଇକ୍। ଏବେ ଯଦି କେହି 100 ଟଙ୍କାର ଖାଦ୍ୟ ଅର୍ଡର କରୁଛନ୍ତି, ପ୍ଲାଟଫର୍ମ ଫିସ, ପ୍ୟାକେଜିଂ ଚାର୍ଜ ଓ ଡିଲିଭେରି ଫିସ ସହିତ ଅନ୍ତିମ ରାଶି 112 ରୁ 120 ଟଙ୍କା ପର୍ଯ୍ୟନ୍ତ ହୋଇଯାଉଛି। ଏଥିପାଇଁ ଗ୍ରାହକଙ୍କ ପକେଟ ଉପରେ ଅଧିକ ଭାର ପଡୁଥିବାକୁ ଅନେକେ ଅଭିଯୋଗ କରୁଛନ୍ତି।

ତେବେ, ଜୋମାଟ ପକ୍ଷରୁ କହାଯାଇଛି ଯେ, ଏହି ବୃଦ୍ଧି କରିବାର ପଛରେ କିଛି ବଡ଼ କାରଣ ରହିଛି। ଉତ୍ସବ ଋତୁରେ ଖାଦ୍ୟ ଅର୍ଡର୍ ବହୁତ ବଢିଯାଏ, ଦେଲାଇଭରୀ ଓ ଲଜିଷ୍ଟିକ୍ ମୂଲ୍ୟ ମଧ୍ୟ ବଢେ | ସେହିପରି ବ୍ଲିଙ୍କିଟ ପରି କ୍ୱିକ – କମର୍ସ ସର୍ଭିସ୍ ରେ ଅଧିକ ବିନିଯୋଗ କରିବାକୁ ପଡୁଛି ଏବଂ ଲାଭଦାୟକ ରଖିବା ପାଇଁ ଏହା ଆବଶ୍ୟକ।

Leave a Reply

Your email address will not be published. Required fields are marked *