ମୁହଁର ଦାଗ ଦୂର କରିବା ପାଇଁ ସାହାର୍ଯ୍ୟ କରିବ ଫିଟକିରି
ଫିଟକିରି ଏକ ଶସ୍ତା ଓ ପ୍ରାକୃତିକ ଘରୋଇ ଉପାୟ, ଯାହା ମୁହଁର କଳା ଦାଗ, ରଙ୍ଗ ଓ ଅନ୍ୟାନ୍ୟ ଚର୍ମ ସମସ୍ୟାକୁ ହାଲୁକା କରି ଚମକଦାର କରିଥାଏ। ଏହାର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ଚର୍ମକୁ ଗଭୀର ଭାବେ ସଫା କରେ, ମୃତ କୋଷ ହଟାଇଥାଏ, ଛିଦ୍ର ଗୁଡିକୁ ସଙ୍କୁଚିତ କରେ। ପ୍ରଦୂଷଣ, ସୂର୍ଯ୍ୟକିରଣ, ହରମୋନ୍ ପରିବର୍ତ୍ତନ ପାଇଁ ହେଉଥିବା ଦାଗ ଓ ରଙ୍ଗକୁ ଏହା କମାଇଥାଏ।
ଡକ୍ଟରଙ୍କ ମତରେ, ଫିଟକିରି ଚର୍ମରେ ଜମା ହୋଇଥିବା ମଇଳା, ତେଲ ଓ ବ୍ୟାକ୍ଟେରିଆକୁ ଦୂର କରି ନୂଆ ଦାଗ ହେବାରୁ ରୋକିଥାଏ।
ତେବେ ଆସନ୍ତୁ ଜାଣିବା ଫିଟକିରି ବ୍ୟବହାର କରିବାର ସହଜ ଉପାୟ
ଫିଟକିରି ପାଣି
ଏକ ଗ୍ଲାସ୍ ପାଣିରେ ଫିଟକିରିର ଏକ ଛୋଟ ଖଣ୍ଡକୁ ୨ ରୁ ୩ ଘଣ୍ଟା ଭିଜାଇ ରଖନ୍ତୁ। ତୁଳା ସାହାଯ୍ୟରେ ଏହି ପାଣି ମୁହଁରେ ଲଗାନ୍ତୁ। ୧୦ ମିନିଟ୍ ପରେ ପାଣିରେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ୨ଥର ବ୍ୟବହାର କରିବା ଦ୍ୱାରା ଚର୍ମ ସଫା ଓ ଉଜ୍ଜ୍ୱଳ ହୁଏ।
ଫିଟକିରି ଓ ଗୋଲାପ ଜଳ
୧ ଚାମଚ ଗୋଲାପ ଜଳରେ ଫିଟକିରି ପାଉଡର ମିଶାଇ ପେଷ୍ଟ ତିଆରି କରନ୍ତୁ।ଦାଗ ଥିବା ସ୍ଥାନରେ ଲଗାନ୍ତୁ ଓ ୧୫ ମିନିଟ୍ ପରେ ଧୋଇ ଦିଅନ୍ତୁ। ସପ୍ତାହରେ ୨-୩ ଥର ବ୍ୟବହାର ଫଳରେ ଚର୍ମର ଉଜ୍ଜ୍ୱଳତା ବଢ଼େ।
ଫିଟକିରି ଓ ଲେମ୍ବୁ ରସ
ଅଧା ଚାମଚ ଫିଟକିରି ପାଉଡରରେ ୩-୪ ବୁନ୍ଦା ଲେମ୍ବୁ ରସ ମିଶାନ୍ତୁ। ପ୍ରଭାବିତ ସ୍ଥାନରେ ଲଗାନ୍ତୁ ଓ ୧୦ ମିନିଟର ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାକୁ ସପ୍ତାହରେ ୨ଥର ବ୍ୟବହାର କରିବା ଦ୍ୱାରା କଳା ଦାଗ ହାଲୁକା କରିବାରେ ସହାୟକ ହୁଏ
ଫିଟିକିରି ବ୍ୟବହାର ସମୟରେ କିଛି ସତର୍କତା ଅବଲମ୍ବନ କରିବା ଉଚିତ ଯେମିତିକି:
– ଫିଟକିରିକୁ ଅଧିକ ସମୟ ତ୍ୱଚାରେ ରଖନ୍ତୁ ନାହିଁ, ଏହା ଜଳାପୋଡ଼ା କରିପାରେ।
– ସମ୍ବେଦନଶୀଳ ଚର୍ମ ଥିଲେ ପ୍ରଥମେ ପ୍ୟାଚ୍ ଟେଷ୍ଟ କରନ୍ତୁ।
– ଆଖି ଆଖପାଖରେ ଫିଟକିରି ଲଗାନ୍ତୁ ନାହିଁ।
– ସପ୍ତାହରେ ୨-୩ ଥରରୁ ଅଧିକ ବ୍ୟବହାର କରନ୍ତୁ ନାହିଁ।
– ବ୍ୟବହାର ପରେ ମଶ୍ଚରାଇଜର ଲଗାନ୍ତୁ ଯେପରି ଚର୍ମ ଶୁଷ୍କ ନ ହୁଏ।
ଫିଟକିରି ଏକ ପ୍ରାକୃତିକ, ସୁଲଭ ଓ ପ୍ରଭାବଶାଳୀ ଉପାୟ, ଯାହା ମହଙ୍ଗା କ୍ରିମ୍ ଓ ଚିକିତ୍ସା ଅପେକ୍ଷା ଅଧିକ ସୁବିଧାଜନକ। ନିୟମିତ ବ୍ୟବହାର କଲେ ୨-୩ ସପ୍ତାହରେ ଚର୍ମ ଚମକଦାର ଓ ଦାଗମୁକ୍ତ ହେବା ଆରମ୍ଭ କରେ।
