କରୋନା କଟକଣା ହଟିସାରିଥିବା ବେଳେ କେମିତି ନବ ଦାସଙ୍କ ସାର୍ଟକୁ ପୋଡ଼ି ଦିଆଗଲା, ସନ୍ଦେହ ଘେରରେ କ୍ରାଇମବ୍ରାଞ୍ଚ ତଦନ୍ତ?

ଭୁବନେଶ୍ଵର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ନାଟକୀୟ ମୋଡ଼ ନେଉଛି। ଏହି ମାମଲାରେ ଯେଉଁ ସବୁ ପ୍ରମାଣ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବେ ବିବେଚନା କରାଯାଉଛି ତାହା ଏବେ ନଷ୍ଟ ହେବାର ସଙ୍କେତ ମିଳୁଛି। ସଦ୍ୟତମ ରିପୋର୍ଟରୁ ଏହା ମଧ୍ୟ ଜଣାପଡିଛି ଯେ ନବ ଦାସ ଗୁଳିର ଶିକାର ପରେ ରକ୍ତ ଜୁଡୁବୁଡୁ ସାର୍ଟ ମଧ୍ୟ ପୋଡ଼ି ଦିଆଯାଇଛି।

ସୂଚନା ଅନୁଯାୟୀ, ଏହି ସାର୍ଟକୁ ଯେଉଁ ହସ୍ପିଟାଲରେ ନବ ଦାସଙ୍କୁ ଗୁଳି ମାଡ଼ ପରେ ରଖାଯାଇଥିଲା, ସେଠାରେ ପୋଡ଼ି ଦିଆଯାଇଛି। କୋଭିଡ୍-୧୯ ପ୍ରୋଟୋକଲ୍ ଅନୁଯାୟୀ ରକ୍ତ ଜୁଡୁବୁଡୁ ସାର୍ଟକୁ ପୋଡ଼ି ଦିଆଯାଇଥିବା ଅଧିକାରୀମାନେ ଦାବି କରୁଥିବା ବେଳେ ରିପୋର୍ଟରୁ ଭିନ୍ନ ମତ ପ୍ରକାଶ ପାଇଛି। ଏହା ସ୍ପଷ୍ଟ ଯେ ନବ ଦାସ ହତ୍ଯାର ଶିକାର ସମୟରେ ରାଜ୍ଯରେ କୋଭିଡ୍-୧୯ ଗାଇଡଲାଇନ୍ ହଟିସାରିଥିଲା। ୨୦୨୨ ନଭେମ୍ବର ୧୯ତାରିଖରେ ଓଡ଼ିଶାର ସ୍ୱାସ୍ଥ୍ୟ ବିଭାଗ କୋଭିଡ୍-୧୯ ଗାଇଡଲାଇନ୍ କୁ ଉଚ୍ଛେଦ କରିଥିବା ବେଳେ ପ୍ରାୟ ଦୁଇ ମାସ ପରେ ୨୯ ଜାନୁଆରୀ ୨୦୨୩ରେ ମନ୍ତ୍ରୀ ଦାସ ହତ୍ୟାର ଶିକାର ହୋଇଥିଲେ। ତେଣୁ କୋଭିଡ୍-୧୯ ପ୍ରୋଟୋକଲ୍ ଆଧାରରେ ପୋଡ଼ି ଯାଇଥିବା ପ୍ରମାଣର ଯଥାର୍ଥତା ଅତ୍ୟନ୍ତ ସନ୍ଦେହଜନକ।

ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୧୯/୧୧/୨୦୨୨ ତାରିଖରେ ଏକ ଚିଠି ଲେଖି କୁହାଯାଇଛି ଯେ, ଗତ କିଛି ମାସ ଧରି ରାଜ୍ୟରେ କୋଭିଡ୍-୧୯ ସଂକ୍ରମଣସ୍ଥିତିକୁ ଦୃଷ୍ଟିରେ ରଖି ସରକାର ସତର୍କତାର ସହ ବିଚାର କରିବା ପରେ ‘ଓଡ଼ିଶା କୋଭିଡ୍-୧୯ ନିୟମ, ୨୦୨୦’କୁ ତୁରନ୍ତ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ”

ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି, ଗୁରୁତ୍ୱପୂର୍ଣ୍ଣ ପ୍ରମାଣ କୁହାଯାଉଥିବା ସାର୍ଟ ପୋଡିବାକୁ କିଏ ନିର୍ଦ୍ଦେଶ ଦେଲା?, କ୍ରାଇମବ୍ରାଞ୍ଚର ନିର୍ଦ୍ଦେଶକ୍ରମେ ସାର୍ଟ ପୋଡ଼ି ଦିଆଯାଇଛି କି? ଏହି ସାର୍ଟ ପୋଡିବା ପ୍ରମାଣ ନଷ୍ଟ କରିବାର ଷଡ଼ଯନ୍ତ୍ରର ଅଂଶ କି? ଏହି ଷଡ଼ଯନ୍ତ୍ରରେ ଡାକ୍ତରଖାନା ମଧ୍ୟ ସମ୍ପୃକ୍ତ କି? ଏହି ମାମଲାରେ ସମ୍ପୃକ୍ତ ଥିବା ବଡ଼ ବଡ଼ ଲୋକ ମାନେ କିଏ, ଯେଉଁମାନେ ପ୍ରତ୍ୟେକ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଛନ୍ତି?

Leave a Reply

Your email address will not be published. Required fields are marked *