ହିମାଚଳ ପ୍ରଦେଶ ଓ ଜାମ୍ମୁ କାଶ୍ମୀରରେ ପ୍ରକୃତିର ତାଣ୍ଡବ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କୁଲ୍ଲୁରେ ଲଗାତାର ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତ ୨-୩ ଦିନର ଅବିରାମ ବର୍ଷା ଫଳରେ ଅନେକ ଘର ଭାଙ୍ଗି ନଷ୍ଟ ହୋଇଯାଇଛି। ଜାତୀୟ ରାଜପଥ ଏନ୍‌ଏଚ୍-୩ର କେତେକ ଅଂଶ ଧୋଇ ଯାଇଥିବା ବେଳେ ବିନ୍ଦୁ ଧଙ୍କ, ରାଇସନ୍, ବହାଙ୍ଗ୍ ଓ ବାଶିଷ୍ଟ ଛକରେ ସର୍ବାଧିକ କ୍ଷତି ହୋଇଛି। ମନାଲି-ଲେହ୍ ହାଇୱେର ପ୍ରାୟ ୨୦୦ ମିଟର ଅଂଶ ମଧ୍ୟ ନଷ୍ଟ ହୋଇଛି। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସେହିପରି ଜାମ୍ମୁ କାଶ୍ମୀରରେ ବାଦଲ ଫଟା ବର୍ଷା ଓ ଭୂସ୍ଖଳନ ଯୋଗୁଁ ପ୍ରକୃତିର ତାଣ୍ଡବ ଜାରି ରହିଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଏପର୍ଯ୍ୟନ୍ତ ୪୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୨୧ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅଧିକାଂଶ ମୃତକ ମାତା ବୈଷ୍ଣୋଦେବୀ ମନ୍ଦିର ଯାତ୍ରା ସମୟରେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି। ଏହି କାରଣରୁ ରିଆସି ଜିଲ୍ଲାରେ ମାତା ବୈଷ୍ଣୋଦେବୀ ଯାତ୍ରା ଗତ ୨୬ ଅଗଷ୍ଟରୁ ଅସ୍ଥାୟୀ ଭାବେ ବନ୍ଦ ରହିଛି। ଶ୍ରୀ ମାତା ବୈଷ୍ଣୋଦେବୀ ବୋର୍ଡ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Leave a Reply

Your email address will not be published. Required fields are marked *