ହାଇକୋର୍ଟଙ୍କ ନିର୍ଦ୍ଦେଶ; ରାଜ୍ୟରେ ନିଯୁକ୍ତ ହେବେ ୬ ହଜାର ଶିକ୍ଷକ

ରାଜ୍ୟରେ ନିଯୁକ୍ତ ହେବେ ୬ ହଜାର ଶିକ୍ଷକ । ହାଇକୋର୍ଟରେ ଜୁନିୟର ଟିଚର ନିଯୁକ୍ତି ମାମଲାର ଆଜି ଶୁଣାଣି ହୋଇଛି । ଖାଲି ପଡିଥିବା ୬ ହଜାର ଶିକ୍ଷକ ପଦଵୀରେ ଖୁବଶୀଘ୍ର ନିଯୁକ୍ତି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ମେରିଟ ଆଧାରରେ ତୁରନ୍ତ ନିଯୁକ୍ତି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

୨୦ ହଜାର ଶିକ୍ଷକ ନିଯୁକ୍ତି ପାଇଁ ରାଜ୍ୟ ସରକାର କରିଥିଲେ ବିଜ୍ଞପ୍ତି ।ପରୀକ୍ଷା ପରେ ୧୬ ହଜାର ଚୂଡାନ୍ତ ତାଲିକା କରିଥିଲେ ସରକାର । ସେଥିମଧ୍ୟରୁ ପ୍ରାୟ ୨ ହଜାର ଶିକ୍ଷକ ଯୋଗ ଦେଇ ନଥିଲେ । ସେହି ବିଜ୍ଞପ୍ତି ଅନୁଯାୟୀ ଖାଲି ଥିବା ପଦବୀ ପୂରଣ କରିବାକୁ ନିର୍ଦ୍ଦେଶ । ପରୀକ୍ଷା ଦେଇ ମେଧା ତାଲିକାରେ ଥିବା ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ନିର୍ଦ୍ଦେଶ । ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ହାଇକୋର୍ଟ ।

Leave a Reply

Your email address will not be published. Required fields are marked *