ପତ୍ନୀଙ୍କ ସେବା ପାଇଁ ସ୍ୱାମୀ ଛାଡିଲେ ଚାକିରୀ, ଅଧାରେ ରହିଗଲା ସ୍ୱାମୀଙ୍କ ସ୍ବପ୍ନ

ଅସୁସ୍ଥ ପତ୍ନୀର ସେବା କରିବା ପାଇଁ ଅବରର ୩ବର୍ଷ ପୂର୍ବରୁ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଲେ ସ୍ୱାମୀ । ମାତ୍ର ଅବସର ନେବା ଦିନ ପତ୍ନୀଙ୍କ ଚାଲିଗଲା ଜୀବନ । ସ୍ୱାମୀଙ୍କ ସେବା କରିବାର ଇଚ୍ଛା ଅଧାରେ ରହିଗଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର କୋଟାର ଦାଦାବାଡି ଅଞ୍ଚଳରେ ।

ଖବର ଅନୁଯାଇ, ଦାଦାବାଡି ଅଞ୍ଚଳର ଦେବେନ୍ଦ୍ର କୁମାର ସେଣ୍ଟ୍ରାଲ ୱେୟାର ହାଉସ୍ ରେ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଦୀର୍ଘ ଦିନ ହେବ ତାଙ୍କ ପତ୍ନୀ ଦୀପିକା ହୃଦରୋଗରେ ପୀଡିତ ଥିଲେ । ଚାକିରୀ ପାଇଁ ପତ୍ନୀଙ୍କ ସେବା ଠିକରେ ହୋଇପାରୁନଥିବାରୁ ଅବସରର ୩ ବର୍ଷ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ନେଲେ । ଏ ଅବସରରେ ଦେବେନ୍ଦ୍ରଙ୍କ ପରିଜନ ଓ ବନ୍ଧୁ ଏକ ପାର୍ଟିର ଆୟୋଜନ କରିଥିଲେ । ଦେବେନ୍ଦ୍ରଙ୍କ ସମ୍ପର୍କୀୟ ଓ ସମସ୍ତ ସାଙ୍ଗ ପାର୍ଟିରେ ଯୋଗ ଦେଇଥିଲେ । ସେମାନେ ଦେବେନ୍ଦ୍ରଙ୍କୁ ଫୁଲମାଳ ପିନ୍ଧାଇ ନୂଆ ଜୀବନର ଶୁଭକାମନା ଦେଉଥିଲେ । ଅନେକ ଲୋକ କହିବା ପରେ ଦେବେନ୍ଦ୍ରଙ୍କ ପତ୍ନୀ ଦୀପିକା ମଧ୍ୟ ତାଙ୍କୁ ଫୁଲମାଳ ପିନ୍ଧାଇଥିଲେ । ଏହାର କିଛି ସମୟ ପରେ ଦୀପିକାଙ୍କ ମୁଣ୍ଡ ବୁଲାଇଲା । ସେ ତଳେ ପଡ଼ିଗଲେ । ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ହସ୍ପିଟାଲ ନେଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କଲେ ।

ଦେବେନ୍ଦ୍ର କହିଛନ୍ତି, ମୋର ସଂସାର ଉଜୁଡ଼ିଗଲା । ଅବସର ନେଇ ପତ୍ନୀଙ୍କର ଦେଖାଶୁଣା ପାଇଁ ନେଇଥିବା ମୋ ନିଷ୍ପତ୍ତି କେବଳ ନିଷ୍ପତ୍ତିରେ ରହିଗଲା ।

Leave a Reply

Your email address will not be published. Required fields are marked *