ଓଡ଼ିଶାରେ ଗଡ଼ିବ ଗ୍ରୀନ ହାଇଡ୍ରୋଜେନ୍ ବସ୍, କମିବ ଭଡ଼ା

ଓଡ଼ିଶାରେ ଗଡ଼ିବ ଗ୍ରୀନ ହାଇଡ୍ରୋଜେନ୍ ବସ୍। ଡିଜେଲ ବ୍ୟବହାର କମିବା ସହ ପାସେଞ୍ଜରକୁ କମ୍ ଭଡ଼ା ଲାଗିବ। ତେବେ ଏହି ବସ୍ ୨୦୨୫ ଅଗଷ୍ଟ ୧୫ ସୁଦ୍ଧା ବସ୍ ଚଲାଇବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ଲୋକସେବା ଭବନ ତୃତୀୟ ମହଲା କରଫରେନ୍ସ ହଲରେ ଗ୍ରୀନ ହାଇଡ୍ରୋଜେନ୍ ମୋବୋଲିଟି ପ୍ରୋଜେକ୍ଟର ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ଶେଷ ହୋଇଛି।

ଏନଟିପିସି, ଗ୍ରୀଡକୋ ଲିମିଟେଡ ଓ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ହୋଇଛି। ବୁଝାମଣା ପତ୍ର ଚୁକ୍ତି ସ୍ୱାକ୍ଷର ବେଳେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ ଓ ଗୃହ ଓ ନଗର ମନ୍ତ୍ରୀ ଉପସ୍ଥିତ ଥିଲେ। ଏହି ପ୍ରୋଜେକ୍ଟରେ ଭୁବନେଶ୍ୱର, ପୁରୀ, କଟକ, କୋଣାର୍କକୁ ଯୋଡ଼ିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମେ ୩ଟି ବସ୍ ଚାଲିବ। ବସ ଗଡିଲେ ୫୦-୫୫ ଟଙ୍କା କିଲୋମିଟର ପିଛା ଖର୍ଚ୍ଚ ହେବ। ଯାହାକି ଦିଲ୍ଲୀ, ଲଦାଖ ଠୁ ବହୁତ୍ କମ୍ ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି। ହାଇଡ୍ରୋଜେନ୍ ପ୍ରସ୍ତୁତ ପାଇଁ ସ୍ୱେରେଜ୍ ୱାଟର ବ୍ୟବହାର ହେବ। ପୂର୍ବ ଭାରତରେ ଏଭଳି ପ୍ରୋଜେକ୍ଟ ଆରମ୍ଭ କରିବାରେ ଓଡ଼ିଶା ପ୍ରଥମ ହେବ। ପାସେଞ୍ଜରଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି।

ଗୋଟିଏ ବସର ପ୍ରାଇସ ପ୍ରାୟ ଅଢେ଼ଇ କୋଟି ଟଙ୍କା ପଡ଼ିବ। ଥରେ ହାଇଡ୍ରୋଜେନ୍ ଟ୍ୟାଙ୍କ ଫୁଲ ହେଲେ ୬ ଶହ କିମି ଯାଇ ପାରିବ ବସ। ଗୋଟିଏ ଲକ୍ଜରି ବସରେ ୪୪ ଜଣ ଯାତ୍ରା କରି ପାରିବେ। ଫିଲିଂ ଷ୍ଟେସନ ଭୁବନେଶ୍ୱରରେ ହେବ। ଟୁରିଷ୍ଟ ପାଇଁ ବି ବ୍ୟବହାର କରିବେ ସରକାର। ଓଡ଼ିଶା ପାଣିପାଗ ପାଗକୁ ସୁହାଇବ ଗ୍ରୀନ ହାଇଡ୍ରୋଜେନ୍ ବସ। ଡିଜେଲ ବ୍ୟବାହର କମିବ। ପାସେଞ୍ଜରକୁ କମ୍ ଭଡ଼ା ଲାଗିବ। ୨୦୨୫ ଅଗଷ୍ଟ ୧୫ ସୁଦ୍ଧା ବସ୍ ଚଲାଇବାକୁ ଲକ୍ଷ୍ୟ ରଖାଯାଇଛି। ସରକରଙ୍କ ପକ୍ଷରୁ ଲୋକଙ୍କୁ ବୁଝାଇବା ପାଇଁ ପ୍ରୟାସ କରାଯିବ ବୋଲି ଉପ ମୁଖ୍ୟ ମନ୍ତ୍ରୀ କେ ବି ସିଂ ଦେଓ କହିଛନ୍ତି।

Leave a Reply

Your email address will not be published. Required fields are marked *