ଗହଳିରୁ ମୁକ୍ତି ପାଇବ ଭୁବନେଶ୍ୱର! ବାଇପାସ ନିର୍ମାଣକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ହଳିରୁ ମୁକ୍ତି ପାଇବ ଭୁବନେଶ୍ୱର | ସହର ମଝି ଦେଇ ଯିବ ନାହିଁ ଭାରୀ ଗାଡି | କାରଣ ଭୁବନେଶ୍ୱର ବାଇପାସକୁ ମଞ୍ଜୁରୀ ମିଳିଛି | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଓଡ଼ିଶାରେ ୧୧୦.୮୭୫ କିଲୋମିଟର ଲମ୍ବା ୬ ଲେନ୍‌ ବିଶିଷ୍ଟ ରିଙ୍ଗ ରୋଡ୍ (ଭୁବନେଶ୍ୱର ବାଇପାସ) ନିର୍ମାଣ ପାଇଁ ମଞ୍ଜୁରୀ ମିଳିଛି । ଏହି ପ୍ରକଳ୍ପ ହାଇବ୍ରିଡ୍ ଆନୁଇଟି ମୋଡ୍ ଅଧୀନରେ ୮,୩୦୭.୭୪ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ |

କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, “ଏହି ପ୍ରକଳ୍ପ ଏକ ୬ ଲେନ୍‌ ବିଶିଷ୍ଟ ଆକ୍ସେସ୍-କଣ୍ଟ୍ରୋଲ୍ଡ ଗ୍ରୀନଫିଲ୍ଡ ହାଇୱେ ଭାବେ ନିର୍ମାଣ ହେବ। ଏହା ଓଡ଼ିଶା ତଥା ପୂର୍ବାଞ୍ଚଳର ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଗୁରୁତ୍ୱପୂର୍ଣ୍ଣ । ଏହା କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ସହରଗୁଡ଼ିକରୁ ଭାରୀ ବାଣିଜ୍ୟିକ ଯାନବାହାନକୁ ବାଇପାସ କରି ଟ୍ରାଫିକ ସମସ୍ୟା ହ୍ରାସ କରିବ। ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଏବଂ ପ୍ରଧାନମନ୍ତ୍ରୀଙ୍କ ‘ପୂର୍ବୋଦୟ’ ଦୃଷ୍ଟିକୋଣ ପୂର୍ବ ଭାରତର ସମସ୍ତ ରାଜ୍ୟର ବିକାଶ ପାଇଁ ଉଦ୍ଦିଷ୍ଟ |

ଏହି ରିଙ୍ଗ ରୋଡ଼ ଖୋର୍ଦ୍ଧା ଜିଲ୍ଲାର ରାମେଶ୍ୱରଠାରୁ କଟକର ଟାଙ୍ଗୀ ପର୍ଯ୍ୟନ୍ତ ବିସ୍ତାରିତ ହେବ, ଯାହା ଜାତୀୟ ରାଜପଥ-୧୬ରେ ଖୋର୍ଦ୍ଧା, ଭୁବନେଶ୍ୱର, ଆଠଗଡ଼, କଟକ ଓ ଚୌଦ୍ୱାର ସହରଗୁଡ଼ିକୁ ବାଇପାସ କରିବ। ଏହା ଦ୍ୱାରା ଟ୍ରାଫିକ ଭିଡ଼ ହ୍ରାସ ପାଇବ ଏବଂ ମାଲବାହୀ ଯାନବାହାନର ଗତିଶୀଳତା ବୃଦ୍ଧି ପାଇ ରାଜ୍ୟର ସାମାଜିକ-ଆର୍ଥିକ ବିକାଶରେ ସହାୟକ ହେବ |

Leave a Reply

Your email address will not be published. Required fields are marked *