ଐତିହାସିକ ଧନୁଯାତ୍ରା ପାଇଁ ସରକାର ନେଲେ ବଡ଼ ପଦକ୍ଷେପ

ବରଗଡ଼: ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବ ଏଥର ଆହୁରି ଭବ୍ୟ ଓ ଐତିହାସିକ ହେବାକୁ ଯାଉଛି। ଏହି ମହୋତ୍ସବ ପାଇଁ ଓଡ଼ିଶା ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଘୋଷଣା କରିଛନ୍ତି। ବରଗଡ଼ ଓ ଓଡ଼ିଶାବାସୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଫେସ୍ ବୁକ୍ ପେଜରେ ସୂଚନା ଦେଇଛନ୍ତି।

ମହୋତ୍ସବ ପାଇଁ ଅନୁଦାନ ରାଶି ୧୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ପରିବର୍ତ୍ତନ କେବଳ ଅଭିଜ୍ଞତାକୁ ଉନ୍ନତ କରିବାରେ ସହାୟକ ହେବ ନାହିଁ, ବରଂ ସମ୍ପୃକ୍ତ କଳାକାରମାନଙ୍କୁ ମଧ୍ୟ ସମ୍ମାନିତ କରିବ।

ଚଳିତ ବର୍ଷ ୧୭୦ ଜଣ ବିଶିଷ୍ଟ କଳାକାରଙ୍କୁ ସେମାନଙ୍କ ପ୍ରତିଭା ଓ କଠିନ ପରିଶ୍ରମ ପାଇଁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଧନୁଯାତ୍ରାକୁ ୟୁନେସ୍କୋ ଐତିହ୍ୟ ମାନ୍ୟତା ଦେବା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି, ଯାହାବିଶ୍ୱର ସର୍ବବୃହତ ଓପନ୍ ଷ୍ଟେଜ୍ ଥିଏଟର ଫେଷ୍ଟିଭାଲ ଭାବେ ବିବେଚନା କରାଯାଏ ।

ଧନୁଯାତ୍ରା ମହୋତ୍ସବ ହେଉଛି ଓଡ଼ିଶାର ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଥିବା ଏକ ନିଆରା ଉତ୍ସବ, ଯାହା ପ୍ରତିବର୍ଷ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।

Leave a Reply

Your email address will not be published. Required fields are marked *