ଭୁବନେଶ୍ୱର ବିମାନବନ୍ଦରରୁ ୯ କୋଟି ଟଙ୍କାର ଗଞ୍ଜେଇ ଜବତ, ଅନ୍ତର୍ଜାତୀୟ ଗ୍ୟାଙ୍ଗର ପର୍ଦ୍ଦାଫାସ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ କଷ୍ଟମ ଅଧିକାରୀମାନେ ୯ କୋଟି ଟଙ୍କାର ଗଞ୍ଜେଇ ଜବତ କରିବା ପରେ ଏହି ଚୋରା ଚାଲାଣ ପଛରେ ଏକ ଅନ୍ତର୍ଜାତୀୟ ଗ୍ୟାଙ୍ଗର ହାତ ଥିବା ଜଣାପଡ଼ିଛି।

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହି ନିଶାଦ୍ରବ୍ୟକୁ ଜର୍ମାନୀରେ ପ୍ରକ୍ରିୟାକରଣ କରାଯାଇଥିଲା ଏବଂ ପରେ ମାଲେସିଆ ଦେଇ ଭାରତକୁ ଚୋରା ଚାଲାଣ କରାଯାଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଅପରେସନରେ ଏକ ବଡ଼ ଅନ୍ତର୍ଜାତୀୟ ଚୋରା ଚାଲାଣ ସିଣ୍ଡିକେଟ୍ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି।

ପଶ୍ଚିମବଙ୍ଗର ଦୁଇ ମହିଳା ନାସିରା ବେଗମ୍ ଓ ଆବିଦା ଖାତୁନଙ୍କୁ ନାର୍କୋଟିକ୍ସ ବିଭାଗ ଅଟକ ରଖି ପଚରାଉଚରା କରିବ। ଅନ୍ୟପକ୍ଷରେ ଚୋରା ଚାଲାଣ ମାମଲାର ଆଜିର ଶୁଣାଣି ଆବଶ୍ୟକ କାଗଜପତ୍ର ଦାଖଲ ହୋଇନଥିବାରୁ ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ଆଇନଜୀବୀ ଶୁଭ୍ରଜିତ ମହାନ୍ତି ଯୁକ୍ତି ବାଢ଼ିଥିଲେ ଯେ ଦୁଇଟି ଭିନ୍ନ ବ୍ୟାଗେଜ୍ ବ୍ୟାଗ୍ରୁ ନିଶା ଦ୍ରବ୍ୟ ମିଳିଥିବାରୁ ଜବତ ଗଞ୍ଜେଇ ସହ ଅଟକ ମହିଳାଙ୍କ ସଂପୃକ୍ତିର କୌଣସି ଠୋସ୍ ପ୍ରମାଣ ନାହିଁ।

ଗତ ଜାନୁଆରି ୬ ତାରିଖରେ ଦୁଇ ଜଣ ଅଭିଯୁକ୍ତ ମହିଳାଙ୍କୁ କୋର୍ଟରେ ହାଜର କରାଯାଇ ଆଜି ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିଲା। ତେବେ ପରବର୍ତ୍ତୀ ଶୁଣାଣି ଜାନୁଆରୀ ୧୬ତାରିଖକୁ ଧାର୍ଯ୍ୟ କରାଯାଇଛି। “

ସୀମା ଶୁଳ୍କ ବିଭାଗକୁ ସୂଚନା ମିଳିବା ପରେ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରାଯାଇଥିଲା।

Leave a Reply

Your email address will not be published. Required fields are marked *