ଆପଣ ବି ବଜାରରୁ ତାଜା ପରିବା ଦେଖି ପରିବା କିଣୁଛନ୍ତି କି? ତେବେ ଥରେ ପଢନ୍ତୁ ଏହି ଖବର

ନୂଆଦିଲ୍ଲୀ: ଆମେ ବଜାରରୁ ଯେଉଁ ସବୁ ପରିବାଗୁଡ଼ିକୁ ତାଜା ବୋଲି ଭାବି କିଣି ଆଣୁଛୁ, ସେଗୁଡ଼ିକର ସତ୍ୟତା ଶୁଣି ଯେକେହି ଆଶ୍ଚର୍ଯ୍ୟଚକିତ ହେବେ। ସବୁଜ ପରିବାକୁ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ଅନେକ ତଥ୍ୟ ରହିଥିଲେ ମଧ୍ୟ, ବଜାରକୁ ଯାଇଥିବା ପରିବା ସଫା କି ନୁହେଁ ଏହି ପ୍ରକ୍ରିୟାକୁ ନେଇ ଏବେ ଗଭୀର ଚିନ୍ତା ସୃଷ୍ଟି ହୋଇଛି।

କ୍ଷେତରୁ ସଂଗ୍ରହ କରାଯାଇଥିବା ଲାଉ ସହିତ ଅନ୍ୟାନ୍ୟ ପରିବାଗୁଡ଼ିକୁ ବଜାରକୁ ପଠାଇବା ପୂର୍ବରୁ ମାଟି ଓ ଧୂଳି କାଢ଼ିବା ପାଇଁ ନାଳ ପାଣିରେ ଧୋଇ ପରିଷ୍କାର କରାଯାଉଛି। ଏହିପରି ପ୍ରକ୍ରିୟାରେ ପରିବା ବାହାରୁ ତାଜା ଓ ସୁନ୍ଦର ଦେଖାଯାଏ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଏହା ହାନିକାରକ ହୋଇପାରେ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରିଛନ୍ତି ଯେ, ନାଳ ପାଣିରେ ଧୋଇଥିବା ପରିବାରେ ବିଭିନ୍ନ ପ୍ରକାରର ବ୍ୟାକ୍ଟେରିଆ ଓ କୀଟାଣୁ ରହିପାରେ, ଯାହା ପାଚନ ସମସ୍ୟା, ଜ୍ୱର ଓ ଅନ୍ୟାନ୍ୟ ରୋଗ ସୃଷ୍ଟି କରିପାରେ।

ମୋହମ୍ମଦ ସାକିବ ନାମକ ବ୍ୟକ୍ତି ତାଙ୍କର ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି କିପରି କ୍ଷେତରୁ ଲାଉ ଆଣି ସଡକ ପାଖରେ ଗଦା କରାଯାଇଛି। ଏକ ଟ୍ରକରେ ଲୋଡ୍ କରିବା ପୂର୍ବରୁ, ଜଣେ ବ୍ୟକ୍ତି ନାଳ ଭିତରେ ପଶି ପରିବାକୁ ପାଣିରେ ଧୋଇ, ଅନ୍ୟଜଣଙ୍କୁ ଦେଉଛନ୍ତି। ପରେ, ସେଗୁଡ଼ିକୁ ଟ୍ରକରେ ବଜାରକୁ ପଠାଯାଉଛି।

ମାଟି ଲାଗିଥିବା ପରିବାକୁ ଏଭଳି ପାଣିରେ ଧୋଇ କେବଳ ଦେଖାଯିବାକୁ ସୁନ୍ଦର କରାଯାଉଛି, ମାତ୍ର ନାଳରେ ଧୁଆ ହୋଇଥିବା ପରିବାକୁ ଖାଇବାକୁ କିଏ ପସନ୍ଦ କରିବ?ଏହାକୁ ନେଇ ଅନେକ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି। କିଛି ସୋସିଆଲ ମିଡ଼ିଆ ୟୁଜର୍ସ ଭିଡିଓ ଦେଖିବା ପରେ କହିଛନ୍ତି ଯେ ଏଣିକି ସେମାନେ, ବାହାରୁ ପରିବା କିଣିବା ବନ୍ଦ କରି ଘରେ ନିଜେ ଚାଷ କରିବେ।

Leave a Reply

Your email address will not be published. Required fields are marked *