ସେକ୍ସ ରାକେଟରେ ଠକ ଅଭିଲିପ୍ସାଙ୍କ ସଂପୃକ୍ତ ଥିବା ସନ୍ଦେହ

ଭୁବନେଶ୍ଵର: ହଂସିତା ଅଭିଲିପ୍ସା ଓ ତାଙ୍କ ସହଯୋଗୀ ଅନିଲ ମହାନ୍ତିଙ୍କ ମାମଲାରେ ନୂଆ ରହସ୍ୟ ପଦାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, ଅଭିଲିପ୍ସା କେବଳ ଠକେଇ ମାମଲାରେ ନୁହେଁ ବରଂ ସେକ୍ସ ରାକେଟରେ ମଧ୍ୟ ସମ୍ପୃକ୍ତ ଅଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଅଭିଲିପ୍ସା ପ୍ରଭାବଶାଳୀ ବ୍ୟକ୍ତି, ବ୍ୟବସାୟୀ ଓ ରାଜନେତାଙ୍କ ପାଇଁ ‘ଯୁବତୀ ଚାଲାଣ’ କରୁଥିଲେ। ଏପରି କରି ନିଜର ବ୍ୟବସାୟିକ କାରବାରକୁ ଆଗକୁ ନେବାକୁ ରାସ୍ତା ଫିଟାଉଥିଲେ। ପରେ ଏହାର ବିଭିନ୍ନ ପ୍ରକାର ଫାଇଦା ନେଉଥିଲେ।
ପୋଲିସ ଏହି ମାମଲାରେ ଅଭିଲିପ୍ସାଙ୍କ ମୋବାଇଲ୍ ଫୋନ୍ ଯାଞ୍ଚ କରିବା ପରେ ଏକ ସନ୍ଦେହଜନକ ନେଟୱର୍କ ଠାବ ହୋଇଥିବା ଜଣାପଡ଼ିଛି। ଏବେ ମିଳିଥିବା ସୂଚନା ଅନୁଯାୟୀ, ପୋଲିସ ଏ ଦିଗରେ ଅଧିକ ତନାଘନା ଆରମ୍ଭ କରି ଦେଇଛି ।
ସେପଟେ ଅଭିଲିପସାଙ୍କ ସ୍ୱାମୀଙ୍କ ପ୍ରକୃତ ପରିଚୟକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି । ଗୋଟିଏ ମାମଲାରେ ବ୍ୟବସାୟୀ ସରୋଜ ସାହୁଙ୍କୁ ତାଙ୍କ ପତ୍ନୀ ବୋଲି ଚିହ୍ନଟ କରିଥିବା ବେଳେ ଅନ୍ୟ ଏକ ନିୟମିତ ଜାମିନ ଆବେଦନରେ ସେ ଅନୀଲ ମହାନ୍ତିଙ୍କୁ ତାଙ୍କ ସ୍ୱାମୀ ବୋଲି ଦର୍ଶାଇଛନ୍ତି। ଏହି ଅସଙ୍ଗତି କାରଣରୁ କୋର୍ଟ ତାଙ୍କ ଅନ୍ତରୀଣ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି।
ଅଭିଲିପ୍ସା ମଧ୍ୟ ନିଜର ପ୍ରକୃତ ପରିଚୟ ଲୁଚାଉଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କ ପ୍ରକୃତ ନାମ ବିଷ୍ଣୁପ୍ରିୟା ଚାନ୍ଦ। ୨୦୧୭ ମସିହାରେ ତାଙ୍କ ବିରୋଧରେ ବଡ଼ଗଡ଼ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଗିରଫଦାରୀରୁ ବର୍ତ୍ତିବା ଏବଂ ପାସପୋର୍ଟ ପାଇବା ପାଇଁ ସେ ନିଜର ପରିଚୟ ବଦଳାଇ ହଂସିତା ଅଭିଲିପ୍ସା ରଖିଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି। ତଦନ୍ତ ଆଗକୁ ବଢ଼ୁଥିବା ବେଳେ ଅଭିଲିପ୍ସା ଓ ଅନିଲ ମହାନ୍ତିଙ୍କ ଠକେଇ ମାମଲାରେ ଅଧିକ ରହସ୍ୟ ପଦାକୁ ଆସୁଛି।
ଏହା ପୂର୍ବରୁ ବିଜେପି ସାଂସଦ ପ୍ରଦୀପ ପୁରୋହିତ ଅଭିଯୋଗ କରିଥିଲେ ଯେ, ଅଭିଲିପ୍ସାଙ୍କ ବିଜେଡି ସହ ସମ୍ପର୍କ ରହିଛି। କନ୍ଧମାଳ ଜିଲ୍ଲାର ପୂର୍ବତନ ବିଜେଡି ସରକାରରେ ଥିବା ମନ୍ତ୍ରୀଙ୍କ ସହାୟତାରେ ସେ ଅନେକ ଦୁର୍ନୀତି କରିଛନ୍ତି ।