ପଞ୍ଚଭୂତରେ ବିଲୀନ ହେଲେ ମନମୋହନ ସିଂ

ଆଜି ଦିଲ୍ଲୀର ନିଗମବୋଧ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହ ଶେଷ ହୋଇଛି। ତାଙ୍କ ଝିଅ ପିତାଙ୍କୁ ମୁଖାଗ୍ନି ଦେଇଥିଲେ। ଏହାପୂର୍ବରୁ ତାଙ୍କର ଶେଷ ଯାତ୍ରା କଂଗ୍ରେସ କାର୍ଯ୍ୟାଳୟରୁ ନିଗମ ବୋଧ ଘାଟକୁ ନିଆଯାଇଥିଲା। ଏଥିରେ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ମଧ୍ୟ ସାମିଲ ହୋଇଥିଲେ।
ମନମୋହନ ସିଂଙ୍କ ଅନ୍ତିମ ସଂସ୍କାର ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ।
ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ମୃତଦେହକୁ ଶେଷ ରୀତିନୀତି ପୂର୍ବରୁ ପ୍ରାୟ ଏକ ଘଣ୍ଟା ଧରି କଂଗ୍ରେସ ମୁଖ୍ୟାଳୟରେ ରଖାଯାଇଥିଲା। ଏଠାରେ କଂଗ୍ରେସ କର୍ମୀଙ୍କ ସହ ସାଧାରଣ ଜନତା ମଧ୍ୟ ତାଙ୍କର ଶେଷ ସମ୍ମାନ ଜଣାଇଥିଲେ।