ଖାଇବା ଆଗରୁ ମାଟିରେ ମିଶିଯାଉଛି ଦେଢ଼ ଲକ୍ଷ କୋଟିର ପରିବା

ନୂଆଦିଲ୍ଲୀ: ଖାଇବା ଆଗରୁ ନଷ୍ଟ ହେଉଛି ଦେଢ଼ କୋଟି ଟଙ୍କାର ପାରିବ | କଥାଟି ଶୁଣିବାକୁ ଯେତେ ଆଶ୍ଚର୍ଯ୍ୟ ଲାଗୁ ଥିଲେ ବି କଥାଟି ସତ | ଦେଶରେ ପ୍ରତିବର୍ଷ ୭୩.୬ ଲକ୍ଷ ଟନ୍ ଫଳ ଓ ୧.୨ କୋଟି ଟନ୍ ପନିପରିବା ନଷ୍ଟ ହେଉଛି | ନାବ୍‌କନ୍‌ସ ପକ୍ଷରୁ କରାଯାଇଥିବା ଏକ ସର୍ବେକ୍ଷଣରୁ ଜଣ ଯାଇଛି ଯେ ମୋଟ ମୂଲ୍ୟ ୧.୫୨ ଲକ୍ଷ କୋଟି ଟଙ୍କା ହେଉଛି | ଏହା ଦେଶରେ ଉତ୍ପାଦିତ ହେଉଥିବା ଫଳର ୬-୧୫ ପ୍ରତିଶତ ଏବଂ ପନିପରିବାର ୫-୧୨ ପ୍ରତିଶତ ସହ ସମାନ। ଉତ୍ପାଦିତ ଫଳ ଓ ପନିପରିବା ନଷ୍ଟ ହେବା

କେବଳ ଅର୍ଥନୈତିକ କ୍ଷତି ନୁହେଁ। ଏହା ଦ୍ବାରା ୧୨.୫ କୋଟିରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଚାଷ କାମରେ ଲଗାଇଥିବା ଅର୍ଥ ଓ ସମୟ, ମୂଲ୍ୟବାନ ଭୂତଳ ଜଳ, ଶକ୍ତି ଏବଂ ଅନ୍ୟାନ୍ୟ ଇନ୍‌ପୁଟ୍‌ର ଅପଚୟ ମଧ୍ୟ ହେଉଛି। ଦେଶରେ ୧୯.୪ କୋଟି ଲୋକ ପୁଷ୍ଟିକର ଖାଦ୍ୟ ଅଭାବରୁ ଅପପୁଷ୍ଟିର ଶିକାର ହୋଇଥିବା ବେଳେ ଫଳ ଓ ପନିପରିବା ଏଭଳି ନଷ୍ଟ ହେବା ଅତ୍ୟନ୍ତ ଚିନ୍ତାର ବିଷୟ ପାଲଟିଛି। ମାକିନ୍‌ସେ ପକ୍ଷରୁ ଆକଳନ କରାଯାଇଛି ଯେ ଢାଞ୍ଚାଗତ ସଂସ୍କାର ଜରିଆରେ ଭାରତର କୃଷି କ୍ଷେତ୍ର ୨୦୩୬ ସୁଦ୍ଧା ୧୨୦ ଲକ୍ଷ କୋଟି ଟଙ୍କା ଓ ୨୦୪୭ ସୁଦ୍ଧା ୨୬୫ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। କିନ୍ତୁ ପ୍ରତିବର୍ଷ ୧.୫ ଲକ୍ଷ କୋଟି ଟଙ୍କାର ଫସଲ ନଷ୍ଟ ହେଉଥିବାରୁ ଏହି ଲକ୍ଷ୍ୟ ହାସଲ କରିବା କଷ୍ଟକର।

ଭାରତରେ ଧାନ, ଗହମ ଓ କିଛି ତୈଳବୀଜ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍‌ପି) ସୁରକ୍ଷା ରହିଛି। କିନ୍ତୁ ଫଳ ଓ ପନିପରିବା ପାଇଁ ସେଭଳି କିଛି ସୁରକ୍ଷା ନାହିଁ। ତେଣୁ ଏହି କ୍ଷତିକୁ ରୋକିବା ଲାଗି ଏମ୍‌ଏସ୍‌ପିକୁ ଲାଗୁ କରିବା ଏକପ୍ରକାର ବାଧ୍ୟତାମୂଳକ ହୋଇପଡ଼ିଛି। ଏହି ଦୁଇ ପ୍ରକାର ଫସଲ ପାଇଁ ପ୍ରକ୍ରିୟାକରଣ ୟୁନିଟ୍ ଓ ସମବାୟ ଆନ୍ଦୋଳନର ଆବଶ୍ୟକତା ଉପରେ ବିଶେଷଜ୍ଞମାନେ ଆଲୋକପାତ କରିଛନ୍ତି।

 

Leave a Reply

Your email address will not be published. Required fields are marked *