ରାଜ୍ୟରେ ବଢିବ ମାଛ, ଅଣ୍ଡା, ଦୁଗ୍ଧ ଉତ୍ପାଦନ । ଅତ୍ମନିର୍ଭରଶୀଳ ହେବ ଓଡିଶା
ମାଛ, ଅଣ୍ଡା ଓ ଦୁଗ୍ଧ ଉପ୍ତାଦନରେ ଓଡିଶା ହେବ ଆତ୍ମନିର୍ଭରଶୀଳ । ୨୦୩୬ ସୁଦ୍ଧା ବାର୍ଷିକ ମାଛ ଉତ୍ପାଦନ ୩୩ଲକ୍ଷ ମେଟ୍ରିକ୍ ଟନ୍, ଅଣ୍ଡା ଉତ୍ପାଦନ ୧ହଜାର କୋଟି ଏବଂ ଦୈନିକ କ୍ଷୀର ଉତ୍ପାଦନ ୧ଶହ ୬୫ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ ରଖାଯାଇଛି । ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପାଇଁ ୧୯୦୯କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।
ମତ୍ସ୍ୟଚାଷୀଙ୍କୁ ଉପଯୁକ୍ତ ଉପକରଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବେ ରାଜ୍ୟ ସରକାର । ଏଥିପାଇଁ ୨୩୫ କୋଟି ଟଙ୍କାର ବ୍ୟୟବରାଦ ରଖିଛନ୍ତି ରାଜ୍ୟ ସରକାର ।
ମାଛ ଧରା ବନ୍ଦରର ଆଧୁନିକ କରଣ, ମତ୍ସ୍ୟଜୀବୀଙ୍କୁ ଉଚିତ୍ ମୂଲ୍ୟ ଯୋଗାଇଦେବା ପାଇଁ ଖୁଚୁରା ସ୍ୱଚ୍ଛ ମାଛ ବଜାର ସୃଷ୍ଟି କରିବେ ରାଜ୍ୟ ସରକାର ।
ସେହିପରି ଗୋପାଳନ କରୁଥିବା ଚାଷୀଙ୍କ ପାଇଁ ବି ରାଜ୍ୟ ସରକାର ସବସିଡି ପ୍ରଦାନ କରିବେ । ଗୋଖାଦ୍ୟ ପାଇଁ ରାଜ୍ୟ ସରକାର ସବସିଡି ପ୍ରଦାନ କରିବା ପାଇଁ ବଜେଟରେ ବ୍ୟୟବରାଦ କରିଛନ୍ତି । ଏହାଦ୍ୱାରା ମାଛ, ଅଣ୍ଡା, କ୍ଷୀର ବ୍ୟବସାୟୀଙ୍କ ଆୟ ବୃଦ୍ଧି ହେବା ସାଙ୍ଗକୁ ତାଙ୍କ ପିଲାଙ୍କ ଭବିଷ୍ୟତ ଉଜ୍ଜଳ ହେବ ବୋଲି ଆଶା ରଖିଛନ୍ତି ରାଜ୍ୟ ସରକାର ।
