ଶ୍ରୀମନ୍ଦିର ଭିତରେ ସେବାୟତଙ୍କ ମଧ୍ୟରେ ହାତାହାତି

ଶ୍ରୀମନ୍ଦିର ଭିତରେ ପୁଣି ସେବାୟତଙ୍କ ମଧ୍ୟରେ ହାତାହାତି ହୋଇଛନ୍ତି । ସୋମବାର ସେବକ-ସେବକ ହାତାହାତି ହୋଇଥିବା ଖବର ସାମ୍ନାକୁ ଆସିଛି । ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ସେବାୟତ ପରିବାର ମଧ୍ୟରେ ପିଟାପିଟି ହୋଇଛନ୍ତି । ଦ୍ୱାର ନିକଟରେ ପାଦୁକ ବଣ୍ଟନକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଜଣାପଡିଛି ।
ଖବର ପାଇ ପୁଲିସ ପହଞ୍ଚି ଥାନାକୁ ଆଣିବା ପରେ ମଧ୍ୟ ଥାନାରେ ହାତାହାତି ହୋଇଛନ୍ତି । ପରସ୍ପରକୁ ଆକ୍ରମଣ ସମୟରେ ଜଣେ ବରିଷ୍ଠ ସେବାୟତ ଆହତ ହୋଇଛନ୍ତି । ସିଂହଦ୍ୱାର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।