ଆଜି ଭାରତ-ପାକିସ୍ତାନ୍ ମହାମୁକାବିଲା । ଟିମ୍ ଇଣ୍ଡିଆର ବିଜୟ ପାଇଁ ଫ୍ୟାନ୍ସଙ୍କ ପୂଜାର୍ଚ୍ଚନା

ଆଜି ବିଶ୍ୱ ଦେଖିବ ମହା ମୁକାବିଲା । ଆଜି ଦୁବାଇଲେ ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦି ଦଳ ଭାରତ-ପାକିସ୍ତାନ୍ । ଚମ୍ପିୟନ୍ସ ଟ୍ରୋଫି ୨୦୨୫ର ଏହି ମୁକାବିଲା ଦୁଇ ଦେଶ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହି ମ୍ୟାଚ୍ ପାକିସ୍ତାନ ପାଇଁ କର ବା ମର ମ୍ୟାଚ୍ ହୋଇଥିବା ବେଳେ ଭାରତ ପାଇଁ ଏହା ଏକ ସମ୍ମାନର ମ୍ୟାଚ୍ ହେବ । ବିଜୟର ସହ ଟିମ୍ ଇଣ୍ଡିଆ ସେମି ଫାଇନାଲରେ ସ୍ଥାନ ପକ୍କା କରିବ । ଆଉ ପାକିସ୍ତାନ୍ ହାରିଲେ ଏହି ଟୁର୍ଣ୍ଣମେଣ୍ଟରୁ ବାଦ୍ ପଡିବ । ଏହାରି ଭିତରେ ଭାରତୀୟ କ୍ରୀଡାପ୍ରେମୀଙ୍କ ପୂଜାର୍ଚ୍ଚନାର ଚିତ୍ର ସାମ୍ନାକୁ ଆସିଛି । ବିଭିନ୍ନ ସ୍ଥାନରେ ପ୍ରଶଂସକମାନେ ଟିମ୍ ଇଣ୍ଡିଆର ବିଜୟ ପାଇଁ ପୂଜାର୍ଚ୍ଚନା ଓ ଯଜ୍ଞ ଆରମ୍ଭ କରିଦେଇଛନ୍ତି ।

ଭାରତ-ପାକିସ୍ତାନ ମୁକାବିଲାରେ ଭାରତର ବଡ ବିଜୟ କାମନା କରି ଉତ୍ତରପ୍ରଦେଶ ବାରଣାସୀରେ ପ୍ରଶଂସକମାନେ ହୋମ ଯଜ୍ଞ କରୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି । କେବଳ ବୟଷ୍କ ନୁହଁନ୍ତି କୁନି କୁନି କ୍ରୀଡାପ୍ରେମୀ ବି ଟିମ୍ ଇଣ୍ଡିଆର ବିଜୟ କାମନା କରିଛନ୍ତି ।
ଟିମ୍ ଇଣ୍ଡିଆର ରେକର୍ଡ

ଆଇସିସି ଏକଦିବସୀୟ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଭାରତର ବଡ ରେକର୍ଡ ରହିଛି । ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ଙଊଓ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ମୋଟ ୧୩ଟି ମ୍ୟାଚ୍ ଖେଳିଛି । ଏହି ସମ ଏଥି ମଧ୍ୟରେ ଟିମ୍ ଇଣ୍ଡିଆ ୧୦ଟି ମ୍ୟାଚ୍ ଜିତିଛି । ଟିମ୍ ଇଣ୍ଡିଆ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ଭଲ ପ୍ରଦର୍ଶନ କରିଛି ।

ସମସ୍ତଙ୍କ ନଜର ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ଉପରେ ରହିବ । କୋହଲିଙ୍କ ବ୍ୟାଟ୍ ବହୁତ ଦିନ ଧରି ଫର୍ମରେ ନାହିଁ। ପ୍ରଶଂସକମାନେ କୋହଲିଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରିବେ। ଅନ୍ୟପକ୍ଷରେ, ପାକିସ୍ତାନ ବାବର ଆଜମ ଏବଂ ମହମ୍ମଦ ରିଜୱାନଙ୍କଠାରୁ ଆଶା ରହି ବ । ବାବର ପାକିସ୍ତାନର ସବୁଠାରୁ ଭଲ ଖେଳାଳି ।

Leave a Reply

Your email address will not be published. Required fields are marked *