ଏଥିପାଇଁ ଓଡ଼ିଶାରେ ୨୦ଲକ୍ଷ ଲୋକଙ୍କୁ ମିଳୁନି ଚାଉଳ

ଭୁବନେଶ୍ୱର: ତଥ୍ୟ ଦେଇନଥିବାରୁ ଓଡ଼ିଶାରେ 20 ଲକ୍ଷ ଲୋକଙ୍କୁ ମିଳୁନି ଚାଉଳ | ଇ କେୱାଇସି କରିନଥିବାରୁ 20 ଲକ୍ଷ 58 ହଜାର ଲୋକଙ୍କୁ ଏବେ ଚାଉଳ ମିଳୁନାହିଁ | ବିଭାଗୀୟ ମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି | ମନ୍ତ୍ରୀ କହିଛନ୍ତି ଯେ ସେମାନେ ଇ କେୱାଇସି କଲେ ସରକାର ସେମାନଙ୍କୁ ଚାଉଳ ଦେବେ | ଯେଉଁମାନେ ଇ କେୱାଇସି କରିନାହାନ୍ତି ସେମାନଙ୍କ ପାଇଁ 3 ମାସ ଅପେକ୍ଷା କରିବେ ସରକାର | କାର୍ଡଗୁଡ଼ିକ ସେହି ସମୟ ପର୍ଯ୍ୟନ୍ତ ସସପେଣ୍ଡ ଅବସ୍ଥାରେ ରହିବ | ଯଦି ଏହି ସମୟ ମଧ୍ୟରେ ଲୋକ ଇ କେୱାଇସି ନକରନ୍ତି, ତେବେ କାର୍ଡ ଗୁଡ଼ିକ କାଟି ଦେବେ ସରକାର | ତାପରେ ଆସି ଇ କେୱାଇସି କଲେ ମିଳିବ ଚାଉଳ |

ସେହିପରି ନେଟୱର୍କ ସମସ୍ୟା ଯେଉଁ ଜିଲ୍ଲାମାନଙ୍କରେ ଥିଲା, ସେଠାରେ ସରକାର ନେଟୱର୍କ ବ୍ୟବସ୍ଥା କରିଛନ୍ତି | ବୁଷ୍ଟର ମଧ୍ୟ ଲଗାଯାଇଛି | ତଥାପି ଯଦି ସମସ୍ୟାର ସମାଧାନ ହୋଇନାହିଁ,ତେବେ ସେମାନେ ଜିଲ୍ଲା କେନ୍ଦ୍ରରେ ଆସି କରିପାରିବେ | ଇ କେୱାଇସି ଯେଉଁମାନଙ୍କର ହୋଇଯାଇଛି, ସେମାନେ ଚାଉଳ ପାଇବେ | 5 ବର୍ଷରୁ ଅଧିକ ବୟସର ପିଲା ମାନେ ରାସନ କାର୍ଡରେ ଉପଭୋକ୍ତା ହେବେ |

Leave a Reply

Your email address will not be published. Required fields are marked *