ଏଣିକି ଏଟିଏମ୍‌ରେ ଉଠାଇ ହେବ ଇପିଏଫ୍‌ ଟଙ୍କା

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ(ଇପିଏଫ୍ଓ) ସଦସ୍ୟଙ୍କ ପାଇଁ ଖୁସି ଖବର। ନୂଆ ବର୍ଷ ଅର୍ଥାତ୍ ୨୦୨୫ ପ୍ରାରମ୍ଭରୁ ଏଟିଏମ୍‌ରେ ଉଠାଇ ହେବ ଇପିଏଫ୍‌ ଟଙ୍କା। ଦେଶର ମହତ୍ତ୍ବପୂର୍ଣ୍ଣ କର୍ମଜୀବୀଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ଶ୍ରମ ମନ୍ତ୍ରଣାଳୟ ଏହାର ସୂଚନା ପ୍ରଯୁକ୍ତିବିଦ୍ୟାକୁ ଆଧୁନିକୀକରଣ କରୁଛି। ଏହି କ୍ଷେତ୍ରରେ ଇପିଏଫ୍‌ଓ ଏହାର ସଦସ୍ୟଙ୍କୁ ଏଟିଏମ୍‌ ସେବା ପ୍ରଦାନ କରିବାକୁ ଯାଉଛି।

ଇପିଏଫ୍‌ଓ ସଦସ୍ୟ ୨୦୨୫ ଜାନୁଆରୀରୁ ଏଟିଏମ୍‌ ମାଧ୍ୟମରେ ସେମାନଙ୍କ ଭବିଷ୍ୟନିଧି ପାଣ୍ଠି ପରିଚାଳନା କରିବାକୁ ସୁଯୋଗ ପାଇବେ ବୋଲି ଶ୍ରମ ସଚିବ ସୁମିତ୍ରା ଡାୱରା କହିଛନ୍ତି। ଇପିଏଫ୍‌ରୁ ଟଙ୍କା ଉଠାଣ କ୍ଷେତ୍ରରେ ଦେଖାଦେଉଥିବା ବିଳମ୍ବ ଏହା ଦ୍ବାରା ହ୍ରାସ ପାଇବ ଓ ନ୍ୟୁନତମ ମାନବୀୟ ହସ୍ତକ୍ଷେପ ସହ ସଦସ୍ୟ ସହଜରେ ସେମାନଙ୍କ ଇପିଏଫ୍‌ ଆକାଉଣ୍ଟରୁ ଏଟିଏମ୍‌ ମାଧ୍ୟମରେ ଟଙ୍କା ଉଠାଣ କରିପାରିବେ। ଇପିଏଫ୍‌ଓରେ ବର୍ତ୍ତମାନ ୭୦ ନିୟୁତରୁ ଅଧିକ ସକ୍ରିୟ ସଦସ୍ୟ ଅଛନ୍ତି। ଶ୍ରମ ସଚିବ କହିଛନ୍ତି ଯେ, ଦେଶରେ ବେରୋଜଗାରୀ ହାର ଉଲ୍ଲେଖନୀୟଭାବେ ହ୍ରାସ ପାଉଛି। ୨୦୧୭ରେ ଏହା ୬ ପ୍ରତିଶତ ଥିବାବେଳେ ବର୍ତ୍ତମାନ ତାହା ୩.୨ ପ୍ରତିଶତକୁ ହ୍ରାସ ପାଇଛି। ଶ୍ରମ ଶକ୍ତି ବଢ଼ିବାରେ ଲାଗିଛି, ଯାହା ବେରୋଜଗାରୀ ହ୍ରାସକୁ ଦର୍ଶାଉଛି। ନିକଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଦେଶରେ ମହିଳା ଶ୍ରମ ଶକ୍ତି ବଢ଼ୁଛି ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *