ଆଫଗାନିସ୍ତାନରେ ପୁଣି ଭୂମିକମ୍ପ, ୨୨୦୦ ଲୋକଙ୍କ ମୃତ୍ୟୁ
କାବୁଲ: ଆଫଗାନିସ୍ତାନ ପୁଣିଥରେ ଭୂମିକମ୍ପରେ କମ୍ପିଲା। ଜର୍ମାନୀ ରିସର୍ଚ୍ଚ ସେଣ୍ଟର ଫର୍ ଜିୟୋସାଇନ୍ସ ଅନୁସାରେ, ଗୁରୁବାର ଦକ୍ଷିଣ-ପୂର୍ବ ଆଫଗାନିସ୍ତାନରେ ୬.୨ ତ୍ରୀବତାର ଭୂକମ୍ପ ଅନୁଭୂତ ହୋଇଛି। ଚଳିତ ସପ୍ତାହରେ ଲଗାତାର ଭୂମିକମ୍ପରେ ଏବେସୁଦ୍ଧା ୨୨୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬୦୦ ଲୋକ ଗୁରୁତର ଆହତ ହୋଇଛନ୍ତି।
ଭୂମିକମ୍ପର ପ୍ରଭାବରେ ଶତାଧିକ ଘର-ଦ୍ୱାର ଭାଙ୍ଗିଯାଇଛି ଓ ଅନେକ ଅଞ୍ଚଳ ଧ୍ବଂସସ୍ତୂପରେ ପରିଣତ ହୋଇଛି। ପୂର୍ବରୁ ଆସିଥିବା ଭୂମିକମ୍ପରେ କୁନାର ଓ ନାଙ୍ଗରହାର ପ୍ରାନ୍ତ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା।ଲଗାତାର ଭୂମିକମ୍ପ ହେବା ଫଳରେ ହଜାରେ ଲୋକ ବାସହୀନ ହୋଇପଡ଼ିଛନ୍ତି ଓ ଆଫଗାନିସ୍ତାନରେ ଔଷଧ ଓ ରାହାତ ସାମଗ୍ରୀର ଘୋର ସଙ୍କଟ ସୃଷ୍ଟି ହୋଇଛି।
