ଧଉଳି ଗଣଦୁଷ୍କର୍ମକୁ ନେଇ ରାଜନୀତି

ଧଉଳି ଗଣଦୁଷ୍କର୍ମକୁ ନେଇ ରାଜନୀତି
ମୁହାଁମୁହିଁ ହେଲେ ଶାସକ ବିରୋଧୀ
ନବୀନଙ୍କ ପୋଷ୍ଟରେ ସରକାରଙ୍କୁ ଟାର୍ଗେଟ
କାଉଣ୍ଟର କଲେ ପ୍ରଭାତୀ

ଧଉଳୀରେ ଘଟିଥିବା ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇବା ସହିତ ଓଡ଼ିଶା ପାଇଁ ଲଜ୍ଜ୍ୟା ଆଣିଦେଇଛି। ଭୁବନେଶ୍ୱର ଛାତି ଉପରେ ଘଟିଥିବା ଘଟଣା ପୁଣି ସରକାରଙ୍କୁ କାଠ ଗଡ଼ାକୁ ଟାଣିଛି। ଧଉଳି ବୁଲିବାକୁ ଯାଉଥିବା ଜଣେ ଯୁବତୀଙ୍କୁ ତାଙ୍କ ପୁରୁଷ ବନ୍ଧୁଙ୍କ ସାମ୍ନାରେ ଗଣଦୁଷ୍କର୍ମ କରିବା ଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି। ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଲେଖିଛନ୍ତି ଭୁବନେଶ୍ବରର ଛାତି ଉପରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଏବଂ ବିଚଳିତ କରିଦେବା ପରି ବିଷୟ। ବର୍ବରତା ଓ ଅରାଜକତା ସୀମା ଟପୁଛି, ରାଜ୍ୟ ରାଜଧାନୀ ଅସୁରକ୍ଷିତ ହେଉଛି। ଭୟଶୂନ୍ୟ ହେଉଛନ୍ତି ଅପରାଧୀ, ବିଶ୍ୱସନୀୟତା ହରାଉଛି ସରକାର। ଆଇନ ଶୃଂଖଳା କେତେ ଆଉ ବିପର୍ଯ୍ୟସ୍ତ ହେଲେ ସଜାଗ ହେବେ ସରକାର ? ଅପରାଧ ରୋକିବା ଦିଗରେ ସରକାରଙ୍କ ଅସମର୍ଥତା ସାଧାରଣ ଜନତାଙ୍କୁ ଭୟଭୀତ କରୁଛି। ରାଜଧାନୀରେ ମହିଳାଙ୍କ ପାଇଁ ସୁରକ୍ଷିତ ପରିବେଶ ସୁନିଶ୍ଚିତ କରି ନ ପାରିବା ବିଜେପି ସରକାରର ଅପାରଗତା ଓ ସମ୍ବେଦନହୀନ ଆଚରଣକୁ ଦର୍ଶାଉଛି।
ମହିଳାଙ୍କ ସୁରକ୍ଷା ସହ ଅପରାଧ ପ୍ରବଣତାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନିଅନ୍ତୁ। ଘଟଣା ଘଟିବା ପରେ ନୁହେଁ, ପୂର୍ବରୁ ଏହାକୁ ରୋକିବା ଦିଗରେ ସରକାର ତତ୍ପର ହୁଅନ୍ତୁ।

ଯାହାର ଜବାବ ଦେଇଛନ୍ତି ଉପମୁଖ୍ୟମନ୍ତ୍ରି ପ୍ରଭାତୀ ପରିଡ଼ା। ପ୍ରଭାତୀ ପରିଡ଼ା ମଧ୍ୟ ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ନବୀନଙ୍କୁ କଟାକ୍ଷ କରି ଲେଖିଛନ୍ତି ଦୁଃଖଦ ଘଟଣାକୁ ନେଇ ରାଜନୀତି କରିବା ଆପଣଙ୍କ ଭଳି ବ୍ୟକ୍ତିତ୍ୱଙ୍କଠାରୁ ଓଡ଼ିଶାର ଲୋକମାନେ କେବେବି ଆଶା କରିନଥିବେ? ସତ ଆଉ କେବେ କହିବେ? ଏହି ଘଟଣାରେ ପୋଲିସ୍‍ର ତ୍ୱରିତ ପଦକ୍ଷେପ ଓ ଅଭିଯୁକ୍ତ ଗିରଫ, ଏହା ହେଉଛି ସତ। ଆପଣଙ୍କ ଦେଖେଇବା ରାସ୍ତାରେ ନୁହେଁ, ଏବେ ସରକାରରେ ଆଇନ ତା ବାଟରେ ଯାଉଛି। ଅନୁଭବ ଆଧାରରେ ଚିଠି ଲେଖିଲେ ଖୁସି ହେବୁ।
ହେଲେ ପ୍ରଶ୍ନ ଉଠୁଛି ବାରମ୍ବାର କାହିଁକି ଘଟୁଛି ଏମିତି ଘଟଣା ?
ଅଭିଯୁକ୍ତଙ୍କୁ ନାହିଁ କି ପୋଲିସର ଡର ?
ଗୋପାଳପୁର ପରେ ଚେତିଲେନି ସରକାର ?
ପୁଣି ସମାନ ଘଟଣା ଘଟିଲା ଧଉଳିରେ ?

Leave a Reply

Your email address will not be published. Required fields are marked *