ଜିଲ୍ଲାପାଳଙ୍କୁ ବାଇକରେ ଗାଁ ବୁଲାଇଲେ ଧର୍ମେନ୍ଦ୍ର

ଅନୁଗୁଳ: ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଗସ୍ତରେ ଆସିଥିଲେ | ଯେଉଁଠାରେ କଣିହାଁ ବ୍ଲକରେ ଏକାଧିକ ଶିଳାନ୍ୟାସ ଉଦ୍ଘାଟନ କରିଥିଲେ | ଟିକିରା ନଦୀ ଉପରେ କଣିହାଁ-ପାଟଖମଣ ପୋଲର ଉଦ୍ଘାଟନ କରିଥିଲେ |ଜିଲ୍ଲା ଖଣିଜ ଫାଣ୍ଡିରୁ ଏହି ପୋଲ ର ନିର୍ମାଣ କର ଯାଇ ଥିଲେ ମଧ୍ୟ ପାଟଖମଣ ପଟୁ ରାସ୍ତାର ନିର୍ମାଣରେ ରେ ବାଧା ପ୍ରାପ୍ତ ହୋଇଛି | ରାସ୍ତାଟି ଏକ ଘରୋଇ ମାଲିକାନା ଅଧୀନରେ ଥିବାରୁ ରାସ୍ତା ନିର୍ମାଣରେ ବାଧା ସୃଷ୍ଟି ହେଉଥିଲା | ତେବେ ଏହି ସମସ୍ୟାର ସମାଧାନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଜିଲ୍ଲାପଳ ଅବଦୁଲ.ଏମ ଅଖତରଙ୍କୁ ବାଇକ ରେ ବସାଇ ପ୍ରାୟ ୫୦୦ ମିଟର ପଯ୍ୟନ୍ତ ଯାତ୍ରା କରିଥିଲେ | ଏକ କୋଠଘର ଆଗରେ ରହି ଜମି ମାଲିକ ମହେଶ୍ୱର ସାହୁଙ୍କୁ ଡାକିଥିଲେ | କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମାଲିକାନା ବିଷୟରେ କଥା ହୋଇ ଉପଯୁକ୍ତ କ୍ଷତିପୁରାଣ ସହିତ ଜମିଟି ରାସ୍ତା ପାଇଁ ହସ୍ତାନ୍ତର କରିବା ପାଇଁ ବୁଝା ସୁଝା କରିଥିଲେ ଏବଂ ରାସ୍ତା ପାର୍ଶ୍ୱରେ ଡ୍ରେନ ନିର୍ମାଣ କରିବା ପାଇଁ ମାନ୍ଦ୍ୟ ଜିଲ୍ଲାପଲଙ୍କୁ ନିର୍ଦ୍ଦେଶ ଦେଇଥିଲେ

Leave a Reply

Your email address will not be published. Required fields are marked *