ସ୍ୱାଧୀନତା ଦିବସ ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ରାଜନୀତିକ ବୟାନ ଦୁର୍ଭାଗ୍ୟଜନକ: ଦେବୀ ମିଶ୍ର
ଭୁବନେଶ୍ୱର: ସ୍ୱାଧୀନତା ଦିବସ ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ବୟାନକୁ “ଦୁର୍ଭାଗ୍ୟଜନକ” ବୋଲି କହିଛନ୍ତି ବିଜେପି ବରିଷ୍ଠ ଉପସଭାପତି ଦେବୀ ମିଶ୍ର। ସେ କହିଛନ୍ତି, ଏହି ପବିତ୍ର ଦିନରେ ରାଜନୀତିରୁ ଉର୍ଦ୍ଧ୍ୱରେ ରହି ଦେଶର ସାର୍ବଭୌମତ୍ୱ ଓ ରାଜ୍ୟର ବିକାଶର କଥା କହିବା ଉଚିତ। ପୂର୍ବତନ ସରକାରକୁ “ଇଭେଣ୍ଟ ମ୍ୟାନେଜମେଣ୍ଟ” କୁହିବା ଅନୁଚିତ, କାରଣ ନୀତି ଆୟୋଗଠାରୁ ଆରମ୍ଭ କରି କେନ୍ଦ୍ରର ଏନଡିଏ ଓ ୟୁପିଏ ସରକାର ମଧ୍ୟ ଓଡିଶାର ବିକାଶକୁ ସ୍ୱୀକାର କରି ପୁରସ୍କୃତ କରିଛନ୍ତି।
ସେ ଆହୁରି କହିଛନ୍ତି, ଆଇନ-ଶୃଙ୍ଖଳା ସ୍ଥିତି ମଜବୁତ ଥିବାରୁ ରାଜ୍ୟରେ ଶିଳ୍ପ ଭିତ୍ତିଭୂମି ସୃଷ୍ଟି ହୋଇଛି। କିନ୍ତୁ, ଏବେ ଲୋକ ଦେଖୁଛନ୍ତି ରାଜ୍ୟରେ ନାରୀ ନିର୍ଯ୍ୟାତନାର ଅବସ୍ଥା କିପରି। “ଯିଏ କ୍ରିମିନାଲ ଆକ୍ଟିଭିଟିରେ ଥିବେ ସେ ବନ୍ଧା ହେବା ଉଚିତ, ସମସ୍ତଙ୍କୁ ଧରନ୍ତୁ” ବୋଲି ସେ ସରକାରକୁ ଆହ୍ୱାନ କରିଛନ୍ତି।
ଦେବୀ ମିଶ୍ର ସତର୍କ କରି କହିଛନ୍ତି, “ଯଦି ବେଳାଭୂମୀରେ ଛାତ୍ରୀ ବୁଲିପାରୁନାହାଁନ୍ତି, ଝିଅମାନେ ଗାଁ ଦାଣ୍ଡରେ ସୁରକ୍ଷିତ ନୁହନ୍ତି, ତାହାଲେ ସେଥିପାଇଁ ସରକାର ଦାୟୀ।”
