କ୍ୟାନ୍ସରରେ ପୀଡ଼ିତ ଥିଲେ ଶାଶୁ, ରାତିରେ ରାସ୍ତାରେ ଫିଙ୍ଗି ଦେଲା ବୋହୂ!

ଅଯୋଧ୍ୟା: ମାନବତା ଦୃଷ୍ଟିରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି, ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧାଙ୍କୁ ଏକ ଫର୍ଣ୍ଣିଚର ଦୋକାନ ଆଗରେ ରାସ୍ତାରେ ଛାଡ଼ି ଚାଲିଯାଇଥିଲା ବୋହୂ। ସେ ବୃଦ୍ଧାଙ୍କ ନାମ ଭଗବତୀ ଦେବୀ ବୋଲି ଚିହ୍ନଟ ହୋଇଛି, ଯିଏ ଗୋଣ୍ଡା ଜିଲ୍ଲାର ବାସିନ୍ଦା ଥିଲେ।

ସେ ବହୁ ଦିନ ଧରି ଗଳା କ୍ୟାନ୍ସରରେ ପୀଡିତ ଥିଲେ। ଘଟଣାସ୍ଥଳରେ ଥିବା ସିସିଟିଭି ଫୁଟେଜ୍ ରେ ଦେଖାଯାଇଛି ଯେ, ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଏହି ବୃଦ୍ଧାଙ୍କୁ ରାସ୍ତା ପାଖରେ ଶୁଆଇଦେଇ ଚାଦର ଢାଙ୍କିଦେଇ ରିକ୍ସାରେ ଚାଲିଯାଉଛନ୍ତି। ସେ ବିଚରା ମହିଳା ସାରା ରାତି ଦୁଃଖରେ କ୍ରନ୍ଦନ କରୁଥିଲେ ଓ ସକାଳେ ଦୋକାନ ମାଲିକ ଘନଶ୍ୟାମ ବର୍ମା ଦୋକାନ ଖୋଲିବା ବେଳେ ତାଙ୍କୁ ଅସୁସ୍ଥ ଅବସ୍ଥାରେ ଦେଖି ତୁରନ୍ତ ଡାକ୍ତର ଓ ପୋଲିସକୁ ଡାକିଥିଲେ। ପୋଲିସ ଘଟଣାସ୍ଥଳରେ ଯାଇ ତଦନ୍ତ ଆରମ୍ଭ କରିଥିଲେ ଏଵଂ ତାଙ୍କୁ ଡାକ୍ତରଖାନା ନେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ଏନେଇ ତଦନ୍ତ ହେବା ପରେ ବୋହୂ ଜୟା ସିଂହ କହିଥିଲେ ଯେ “ମୋ ସ୍ବାମୀ ରାଜୁ ସିଂହ ସବୁବେଳେ ମଦ ପିଅନ୍ତି | ମୁଁ ଘର ଖର୍ଚ୍ଚ ଓ ଶାଶୁଙ୍କ ଚିକିତ୍ସା ଚଳାଇପାରୁନଥିଲି। ଏଥିପାଇଁ ପଡୋଶୀ ମହିଳା ଓ ଜଣେ ଯୁବକଙ୍କ ସହଯୋଗରେ ଶାଶୁଙ୍କୁ ଛାଡ଼ିଦେଲି।” ଏହି ମାମଲା ଉପରେ ଅଯୋଧ୍ୟା ପୁଲିସ ଆଇପିସିର ଧାରା ଅନୁଯାୟୀ ମାମଲା ରୁଜୁ କରି ତିନି ଜଣ ଅଭିଯୁକ୍ତ ବୋହୂ ଜୟା ସିଂହ ସହିତ ଦୁଇ ଅନ୍ୟକୁ ଗିରଫ କରିଛି।

Leave a Reply

Your email address will not be published. Required fields are marked *