ପଡ଼ୋଶୀ ରାଜ୍ୟରେ ବର୍ଷା ଆଶଙ୍କା, ଓଡ଼ିଶାରେ କଣ ରହିଛି ପ୍ରଭାବ?

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ଜାନୁଆରୀ ୧୧ରୁ ୧୫ ତାରିଖ ମଧ୍ୟରେ ତାମିଲନାଡୁ, ପୁଡୁଚେରୀ ଓ କରାଇକାଲରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି।

ଆଇଏମଡିର ପୂର୍ବାନୁମାନ ଅନୁଯାୟୀ, ଜାନୁଆରୀ ୧୨ରୁ ୧୪ ମଧ୍ୟରେ ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ୟାନାମରେ ବଜ୍ରପାତ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଏହାବ୍ୟତୀତ ଜାନୁଆରି ୧୩ ଓ ୧୪ ତାରିଖରେ ରାୟଲସୀମାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଜାନୁଆରି ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ କେରଳ ଓ ମାହେରେ ବର୍ଷା ହୋଇପାରେ ଏବଂ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ତାମିଲନାଡୁ, ପୁଡୁଚେରୀ ଓ କରାଇକାଲର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଜାନୁଆରୀ ୧୪ ରାତିରୁ ଉତ୍ତର ପଶ୍ଚିମ ଭାରତରେ ଏକ ନୂତନ ପଶ୍ଚିମ ଝଡ଼ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ଆଇଏମଡି ସୂଚନା ଦେଇଛି। ଏହାର ପ୍ରଭାବରେ ଜାନୁଆରୀ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀର, ଲଦାଖ, ଗିଲଗିଟ୍-ବାଲ୍ଟିସ୍ତାନ, ମୁଜାଫରାବାଦ ଏବଂ ହିମାଚଳ ପ୍ରଦେଶର କେତେକ ସ୍ଥାନରେ ବର୍ଷା/ତୁଷାରପାତ ହେବାର ସମ୍ଭାବନା ରହିଛି। ଜାନୁଆରୀ ୧୪ ଓ ୧୫ ରେ ମଧ୍ୟ ପୂର୍ବ ରାଜସ୍ଥାନରେ ବର୍ଷା ହୋଇପାରେ ।

ଓଡ଼ିଶା ପାଇଁ ସ୍ୱତନ୍ତ୍ର ସୂଚନା:
ଆସନ୍ତା ୩ ଦିନ ମଧ୍ୟରେ ଓଡ଼ିଶାର ଜିଲ୍ଲାମାନଙ୍କରେ ସର୍ବନିମ୍ନ ତାପମାତ୍ରା (ରାତିର ତାପମାତ୍ରା) ୨ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ଏବଂ ଏହା ପରେ ଆସନ୍ତା ଦୁଇ ଦିନ ମଧ୍ୟରେ ୨ରୁ ୩ ଡିଗ୍ରୀ ସେଲସିୟସ ହ୍ରାସ ପାଇବ ବୋଲି ଆଇଏମଡି ସୂଚନା ଦେଇଛି।

ପ୍ରଥମ ଦିନ (ଜାନୁଆରୀ ୧୨, ୨୦୨୫ ପର୍ଯ୍ୟନ୍ତ ବୈଧ)
ୟେଲୋ ୱାର୍ଣ୍ଣିଂ: କୋରାପୁଟ, କନ୍ଧମାଳ, କଟକ, ଖୋର୍ଦ୍ଧା, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

ଦ୍ୱିତୀୟ ଦିନ (ଜାନୁଆରୀ ୧୨ରୁ ୧୩, ୨୦୨୫ ପର୍ଯ୍ୟନ୍ତ ବୈଧ)
ୟେଲୋ ୱାର୍ଣ୍ଣିଂ: କୋରାପୁଟ, କନ୍ଧମାଳ, କଟକ, ଖୋର୍ଦ୍ଧା, ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ, ନୟାଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି।

Leave a Reply

Your email address will not be published. Required fields are marked *