ଜାପାନ ଏୟାର ଲାଇନ୍ସକୁ ସାଇବର ଆଟାକ୍

ଜାପାନ ଏୟାର ଲାଇନ୍ସକୁ ପାଖାପାଖି ସକାଳ ୭ଟା ୩୦ରେ ସାଇବର ଆଟାକ୍ ହୋଇଥିବା ସୂଚନା ମିଳିଛି । ଏୟାରଲାଇନ୍ସର ଭିତର ଓ ବାହାର ସିଷ୍ଟମ ପ୍ରଭାବିତ ହୋଇଛି । ସାଇବର ଆଟାକ୍ ଯୋଗୁ ଜାପାନ ଏୟାରଲାଇନ୍ସର ସେବା ବନ୍ଦ ରହିଛି । ଫ୍ଲାଇଟ୍ ଟିକେଟ୍ ବିକ୍ରି ମଧ୍ୟ ରଦ୍ଦ କରାଯାଇଛି । ଏହା ଦ୍ବାରା ଅନେକ ଘରୋଇ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇପାରେ , ଜାପାନ ଏୟାର ଲାଇନ୍ସର ଦେଶର ଦ୍ବିତୀୟ ବଡ଼ ଏୟାରଲାଇନ୍ସ କମ୍ପାନୀ ।

ଜାପାନ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, ସାଇବର ଆଟାକ୍ ସମ୍ପର୍କରେ ତଥ୍ୟ ମିଳିସାରିଛି । ସିଷ୍ଟମ ରିକଭରି କରିବା ପାଇଁ ଉଦ୍ୟମ କରାଯାଉଛି।

Leave a Reply

Your email address will not be published. Required fields are marked *