IIT ବାବାଙ୍କୁ ପାକିସ୍ତାନ୍ ପଠାଯାଉ । ଫେଲ ମାରିଲା ବାବାଙ୍କ ଭବିଷ୍ୟବାଣୀ, ସୋସିଆଲ୍ ମିଡିଆରେ ଟ୍ରୋଲର ଶିକାର ହେଲେ ବାବା

ଚାମ୍ପିଅନ୍ସ ଟ୍ରଫି ଭାରତ-ପାକିସ୍ତାନ ମ୍ୟାଚ୍ ଉପରେ ସମସ୍ତଙ୍କ ନଜର ରହିଥିଲା । କିଏ ଜିତିବ ଏହି ମ୍ୟାଚ୍ ଦେଖିବା ପାଇଁ ସମସ୍ତେ ଚାତକ ଭଳି କାଲିର ଦିନକୁ ଅପେକ୍ଷା କରି ରହିଥିଲେ । ଏହାରି ଭିତରେ କୁମ୍ଭ ମେଳାରେ ଚର୍ଚ୍ଚାକୁ ଆସିଥିବା ଆଇଆଇଟିଆନ୍ ବାବାଙ୍କ ଭବିଷ୍ୟବାଣୀ ସାମ୍ନାକୁ ଆସିଥିଲା । ଭାରତ ପକିସ୍ତାନଠୁ ପରାଜୟ ହେବ ବୋଲି ଆଇଆଇଟି ବାବା ଭବିଷ୍ୟବାଣୀ କରିଥିଲେ । କିନ୍ତୁ ଗତକାଲି ତାଙ୍କର ଭବିଷ୍ୟବାଣୀ ଫେଲ୍ ମାରିଛି । ଯାହାକୁ ନେଇ ସୋସିଆଲ୍ ମିଡିଆରେ ବାବାଙ୍କ ଟ୍ରୋଲ୍ ଆରମ୍ଭ ହୋଇଛି । ଯିଏ ଯାହା ପାଉଛି ବାବାଙ୍କୁ କଟାକ୍ଷ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରୁଛି ।
ଆଇଆଇଟି ବାବାଙ୍କୁ ଦେଶଦ୍ରୋହୀ, ଆତଙ୍କବାଦୀ କହି ତାଙ୍କୁ ପାକିସ୍ତାନ ପଠେଇ ଦେବାକୁ ଟ୍ରୋଲ କରିଛନ୍ତି କ୍ରିକେଟ୍ ପ୍ରେମୀ । ଯେଉଁ ଲୋକ ଦେଶର ଆତ୍ମସମ୍ମାନକୁ ଦେଖେନି ସେ ଦେଶଦ୍ରୋହୀ ବୋଲି ଟିମ୍ ଇଣ୍ଡିଆର ପ୍ରଶଂସକମାନେ ଲେଖିଛନ୍ତି ।
କେହି କେହି ଜୟ ଶାହାଙ୍କ ଫଟୋ ସହ ଆଇଆଇଟି ବାବାଙ୍କ ଫଟୋ ଯୋଡି ଲେଖିଛନ୍ତି, ହୃଦୟ ଛୋଟ କରନି… ଆନ୍ତର୍ଜାତୀୟ ସ୍କ୍ରିପ୍ଟ ରାଇଟର ଆଗରେ କାହାରି ଭବିଷ୍ୟବାଣୀ କାମ ଦିଏନି । ସେହିପରି ଅମରେନ୍ଦ୍ର ବାହୁବଳି ଏକ୍ସ ଆକାଉଣ୍ଟରେ ବାବାଙ୍କୁ କେଜ୍ରିୱାଲ ସହ ଯୋଡି ଟ୍ରୋଲ କରାଯାଇଛି । ପୋଷ୍ଟରେ ଲେଖାଯାଇଛି, ଆଇଆଇଟି ବାବାକୁ ଆଜି ୧୪୦ କୋଟି ଭାରତୀୟ ୪୫୩ଟି ଭାଷାରେ ମନେପକାଇବେ ଇଏ ବି କେଜ୍ରିୱାଲଙ୍କ ଠାରୁ ଅଧିକ ଗାଳିଖିଆ ମଣିଷ ବାହାରିବ ।